ଚିଲ ନେଇଗଲା ନୀଳଚକ୍ର ବାନା

ଚିଲ ନେଇଗଲା ଶ୍ରୀମନ୍ଦିର ଚୂଡ଼ାରୁ ନୀଳଚକ୍ର ବାନା। ସକାଳ ସମୟର ଏହି ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନୀଳଚକ୍ରରେ ସଂଯୋଗ ହୋଇଥିବା ଏକ ହଳଦୀ ରଙ୍ଗର ବାନାକୁ ଚିଲ ଦୁଇ ପଞ୍ଝାରେ ଧରି ମନ୍ଦିର....

ddscxxc

ପୁରୀ: ଚିଲ ନେଇଗଲା ଶ୍ରୀମନ୍ଦିର ଚୂଡ଼ାରୁ ନୀଳଚକ୍ର ବାନା। ସକାଳ ସମୟର ଏହି ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି। ନୀଳଚକ୍ରରେ ସଂଯୋଗ ହୋଇଥିବା ଏକ ହଳଦୀ ରଙ୍ଗର ବାନାକୁ ଚିଲ ଦୁଇ ପଞ୍ଝାରେ ଧରି ମନ୍ଦିର ଚୂଡ଼ା ଚତୁଃପାର୍ଶ୍ବରେ ବୁଲିବା ପରେ ଉଡ଼ିଯାଉଥିବା ଦେଖିବାକୁ ମିଳିଛି। କିଛି ବ୍ୟକ୍ତି ଏହି ଘଟଣାକୁ ଅଶୁଭ ବୋଲି କହୁଥିଲେ ହେଁ ଚୂନରା ସେବକ ଡ. ଶରତ ଚନ୍ଦ୍ର ମହାନ୍ତି ଏହାକୁ ମଙ୍ଗଳ ସୂଚକ ବୋଲି କହିଛନ୍ତି। ଡ. ମହାନ୍ତି କହିଛନ୍ତି, ଏବେ ଶ୍ରୀରାମଙ୍କ ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଳେ ହନୁମାନ ଜୟନ୍ତୀର ଠିକ୍‌ ପୂର୍ବଦିନ ଚିଲ ବାନା ନେଇ ଉଡ଼ିଯିବା ଏକ ଆନନ୍ଦଦାୟକ ଦୃଶ୍ୟ।

ଶ୍ରୀମନ୍ଦିର ଚୂଡ଼ା ବିହଙ୍ଗ ତଥା ପକ୍ଷୀମାନଙ୍କର ଆବାସସ୍ଥଳୀ। ଚିଲ ପକ୍ଷୀଟି ଦୁଇ ହାତରେ ହିଁ ବାନା ନେଇ ଉଡ଼ୁଥିବା ଦୃଶ୍ୟମାନ ହେଉଛି। ଏହାକୁ ନେଇ ଆଶଙ୍କାଗ୍ରସ୍ତ ହେବାର ଆବଶ୍ୟକତା ନାହିଁ। ବରଂ ଏହା ମଙ୍ଗଳସୂଚକ। ସେ ଏକଥା ମଧ୍ୟ କହିଛନ୍ତି ଯେ ଚଉଦ ହାତିଆ ବାନା ଗଣ୍ଠି ପଡ଼ିପଡ଼ି ବନ୍ଧା ଯାଇଥାଏ। ପବନ ମାଡ଼ ହେବା ଦ୍ବାରା ଏହା ଢିଲା ହୋଇଯିବାର ସମ୍ଭାବନା ରହିଥାଏ। ତେଣୁ ଚିଲ ଉଡ଼ାଇ ନେଉଥିବା ବାନାଟି ସମ୍ଭବତଃ ଢିଲା ହୋଇଯାଇ ଥାଇପାରେ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe