ମାଲକାନଗିରି: ଝାଟିମାଟିରେ ତିଆରି ହୋଇଛି କାନ୍ଥ। ଉପରେ ପଡ଼ିଛି କଳଙ୍କି ଲଗା ଟିଣ। ପିଲାଙ୍କ ପାଇଁ ନା ଅଛି ଶୌଚାଳୟ ନା ଅଛି ପିଇବା ପାଣିର ସୁବିଧା। ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଲାଗି ନାହିଁ କାର୍ଯ୍ୟାଳୟ। ସ୍ବପ୍ନ ପାଲଟିଛି ଖେଳପଡ଼ିଆ। ପ୍ରାଥମିକ ଶିକ୍ଷାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ରାସବେଡ଼ା ପଞ୍ଚାୟତର ତାଗବେଡ଼ା ସ୍କୁଲରେ। 
ବଣ୍ଡାଘାଟିରେ ଥିବା ଏହି ସ୍କୁଲ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ବ୍ଲକ୍‌ ସଦର ମହକୁମାରୁ ୧୭ କିମି ଏବଂ ପଞ୍ଚାୟତରୁ ୮ କିମି ଦୂରରେ ରହିଛି ତାଗବେଡ଼ା। ଗାଁ ଆଖପାଖ ତଥା ୮ କିମି ପର୍ଯ୍ୟନ୍ତ ଆଉ କୌଣସି ସ୍କୁଲ ନ ଥିବାରୁ କମ୍‌ ଉପସ୍ଥାନ ସତ୍ତ୍ବେ ଏହି ସ୍କୁଲକୁ ବନ୍ଦ କରିନି ଶିକ୍ଷା ବିଭାଗ। ୨୦ବର୍ଷ ହେଲା ଏହି ବିଦ୍ୟାଳୟ ଗୋଟିଏ ବଖରାରେ ହିଁ ଚାଲିଛି। ଯେଉଁଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଛନ୍ତି ୧୯ ଛାତ୍ରଛାତ୍ରୀ। ଶିକ୍ଷାଦାନ ପାଇଁ ଅଛନ୍ତି ଦୁଇ ଶିକ୍ଷକ। ପ୍ରଧାନ ଶିକ୍ଷକ ଗଙ୍ଗାଧର ସ୍ବାଇଁ ଏବଂ ଗଣଶିକ୍ଷକ ଗୁପ୍ତେଶ୍ବର ନାୟକ।

Advertisment

Paddy: ଚାଷୀ ଏଫଏକ୍ୟୁ ଧାନ ନ ଆଣିଲେ ଦାୟୀ କିଏ: ଜିଲ୍ଲା ମିଲ ମାଲିକ ସଂଘ

ବିଦ୍ୟାଳୟ ପ୍ରତିଷ୍ଠାକୁ ୨୦ ବର୍ଷ, ହୋଇପାରିଲାନି ଶ୍ରେଣୀଗୃହ
ଭଙ୍ଗା ଘରେ ପଢ଼ୁଛନ୍ତି ୫ଟି ଶ୍ରେଣୀର ପିଲା

ପ୍ରଧାନ ଶିକ୍ଷକ ଅଫିସ କାମ କିମ୍ବା କୌଣସି ବୈଠକରେ ଯୋଗଦେବାକୁ ଗଲେ ଗଣ ଶିକ୍ଷକ ଗୁପ୍ତେଶ୍ବର ପିଲାଙ୍କୁ ପାଠ ପଢ଼ାଇବା ସହ ଦେଖାରଖା କରିଥାନ୍ତି। ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ଲାଗି ଅଭିଭାବକମାନେ ବହୁବର୍ଷ ହେଲା ଦାବି କରି ଆସୁଛନ୍ତି। ହେଲେ କିଛି ସୁଫଳ ମିଳିପାରୁନି। ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାକୁ ଦେଖି କୌଣସି ଅଭିଭାବକ ପିଲାଙ୍କୁ ଏଠାରେ ପଢ଼ାଇବାକୁ ଚାହୁଁନାହାନ୍ତି। ତାଗବେଡ଼ା ଆଖପାଖ ଗାଁର ପିଲାମାନେ ବ୍ଲକ୍‌ର ଅନ୍ୟ ସ୍କୁଲରେ ନାମ ଲେଖାଇ ପଢ଼ୁଛନ୍ତି।

Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ

ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ ଲାଗି ଅନୁଦାନ ଯୋଗାଇ ଦେବାକୁ ଜିଲ୍ଲା ଶିକ୍ଷା ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ହେଲେ ଅନୁଦାନ ଆସୁନଥିବାରୁ ସ୍କୁଲର ଚିତ୍ର ବଦଳି ପାରୁନି। ଫଳରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଭଙ୍ଗା ଦଦରା କୁଡ଼ିଆରେ ଦୁଇ ଶିକ୍ଷକ ପିଲାଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି। ତାଗବେଡ଼ା ଗାଁରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ବ ପରିବାର ବଣ୍ଡା ସଂପ୍ରଦାୟର। ଏମାନେ ମୂଲ ଲାଗି କିମ୍ବା ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ବଣ୍ଡାଘାଟିର ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଦୁଇ ଥର ବିଦ୍ୟାଳୟ ନିର୍ମାଣ ପ୍ରସ୍ତାବ ସତ୍ତ୍ବେ ଅନୁଦାନ ମିଳିପାରୁନି। ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଂଜନ ପାଣିଗ୍ରାହୀ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ।