the hans india
ପଦ୍ମପୁର : କେନ୍ଦୁଝର ସଦର ବ୍ଲକ୍ ନୂଆଗାଁ ଏବଂ ମହାଦେଇଯୋଡ଼ା ପଞ୍ଚାୟତରେ ଶନିବାର ରାତିରେ ଏକ ୧୧ଟିକିଆ ହାତୀପଲ ବହୁ କ୍ଷୟକ୍ଷତି କରିଛନ୍ତି। ସନ୍ଧ୍ୟା ପ୍ରାୟ ୮ଟାବେଳେ ଭାଟୁଣିଆଁ ବୁଢ଼ାବୁଢ଼ୀ ପାହାଡ଼ରୁ ହାତୀପଲ ବାହାରି କାଦଗଡ଼ ବ୍ରାହ୍ମଣୀବନ୍ଧରେ ପାଣି ପିଇଥିଲେ। ପରେ ରେଳଧାରଣା ଅତିକ୍ରମ କରି ଉପରମୁଣ୍ତ ସାହିର ଅଶ୍ବିନୀ କୁମାର ମହାନ୍ତଙ୍କ ଜମିରେ ପଶି କୋବି ଫସଲ ଖାଇ ନଷ୍ଟ କରିଥିଲେ।
ସେହିପରି ବିରଞ୍ଚି ଅମାନ୍ତଙ୍କ ଟମାଟୋ ଓ କୈଳାସ ମହାନ୍ତଙ୍କ ଧନିଆ ଚାଷ ନଷ୍ଟ କରିଥିଲେ। ସେଠାରୁ ନରସିଂହପୁର ଦେଇ କେନ୍ଦୁପଶି ନାଲିଆପୋଖରୀ ଅତିକ୍ରମ କରି ମହାଦେଇଯୋଡ଼ା ଚକଟାପାଳ ବିଦ୍ୟାଳୟ ନିକଟରେ ରହୁଥିବା ଠାକୁରା ମହାନ୍ତଙ୍କ ଧାନଚାଉଳ ଖାଇଥିଲେ। ଆଖୁ ଏବଂ କଦଳୀଗଛ ଭାଙ୍ଗ ଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।
Follow Us