ବିଦ୍ୟୁତ୍‌ ଫାଶରେ ହିଁ ହାତୀ ମରିଛି!

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମ ନିକଟରେ ଗୋଟିଏ ଛୁଆ ହାତୀର ମୃତଦେହ ମିଳିଥିଲା। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଫାଶରେ ଛନ୍ଦିହୋଇ ହାତୀ ମରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଥିଲା। ‌ସୋମବାର ଦିନ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଏହା ସତ ପ୍ରମାଣିତ ହୋଇଛି।

ସୋମବାର ସକାଳେ ବୁଗୁଡ଼ା ପ୍ରାଣୀଧନ ଚିକିତ୍ସାଧିକାରୀ ଭଗବତୀ ପ୍ରସାଦ ଦାଶ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରିବା ପରେ ବିଦ୍ୟୁତ୍‌ ଆଘାତରୁ ହିଁ ହାତୀର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ତେବେ, ବନାଞ୍ଚଳ ଅଧିକାରୀ ମୃତ୍ୟୁର କାରଣ ଜଣାପଡ଼ି ନଥିବା ଏବେ ବି କହୁଛନ୍ତି। ଏଣେ ବିଦ୍ୟୁତ୍‌ ତାର ବିଛାଇବା ସନ୍ଦେହରେ ବେଲପଡ଼ା ଗ୍ରାମରେ ୩ ଜଣକୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe