ଗାଁରେ ପଶିଲା ଦନ୍ତା, ଗ୍ରାମବାସୀ ଭୟଭୀତ

Advertisment
୩ବର୍ଷରେ ୨୪୫ ହାତୀ ମୃତ

Asian Elephant Projects

ରିଆମାଳ : ରିଆମାଳ ରେଞ୍ଜ ଟୁହିଲାମାଳ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁନାଳୀ ଗ୍ରାମକୁ ଶୁକ୍ରବାର ଭୋର୍‌ରେ ଏକ ଦନ୍ତାହାତୀ ପଶି ଆସିଥିଲା। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ରିଆମାଳ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲକୁ ଘଉଡ଼ାଇଥିଲେ। ହାତୀଟି ଠାକଅରାମାଳ ଗ୍ରାମରେ ଦୁଇଟି ଘର ଭାଙ୍ଗିଥିବା ଜଣା ପଡ଼ିଛି।

ଗ୍ରାମବାସୀ କହିବାନୁସାରେ ଆଜକୁ ୨ ମାସ ହେଲାଣି ଏହି ଗୋଠଛଡ଼ା ଦନ୍ତା ହାତୀଟି ଏହି ଅଞ୍ଚଳରେ ଘୂରି ବୁଲୁଛି। ହାତୀଟି ଗୁରୁବାର ଦେବତାଦର୍ହ ଜଙ୍ଗଲରେ ଥିଲା। ରାତିରେ ଖବର ପାଇ ବନ କର୍ମଚାରୀମାନେ ଘଉଡାଇଥିଲେ। କିନ୍ତୁ ହାତୀଟି ଜଙ୍ଗଲକୁ ଯିବା ବଦଳରେ କେନ୍ଦୁନାଳୀ ଗ୍ରାମକୁ ପଶି ଯାଇଥିଲା। ରେଞ୍ଜର ନିରଞ୍ଜନ ଧରୁଆ ସଦଳବଳେ ତାରଙ୍ଗ ଜଙ୍ଗଲରେ ରହି ହାତୀଟିକୁ ଘଉଡ଼ାଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe