Advertisment

ହାତୀଛୁଆର ଏକୋଇଶିଆ

Advertisment

ପରିବାରରେ ପିଲାଟିଏ ଜନ୍ମ ହେଲେ ଲୋକେ ନାମକରଣ କରିବା ସହିତ ଏକୋଇଶିଆ ପାଳନ କରିଥା’ନ୍ତି। କିନ୍ତୁ ଗୁରଙ୍ଗ ଗାଁରେ ଆଜି ଏକ ହାତୀଛୁଆର ଏକୋଇଶିଆ ପାଳନ କରାଯାଇଛି। ଜଙ୍ଗଲ ସୁରକ୍ଷା ଦିଗରେ ଏ‌ହି ଗାଁର ସ୍ବତନ୍ତ୍ର ପରିଚୟ ରହିଛି।

ପରିବାରରେ ପିଲାଟିଏ ଜନ୍ମ ହେଲେ ଲୋକେ ନାମକରଣ କରିବା ସହିତ ଏକୋଇଶିଆ ପାଳନ କରିଥା’ନ୍ତି। କିନ୍ତୁ ଗୁରଙ୍ଗ ଗାଁରେ ଆଜି ଏକ ହାତୀଛୁଆର ଏକୋଇଶିଆ ପାଳନ କରାଯାଇଛି। ଜଙ୍ଗଲ ସୁରକ୍ଷା ଦିଗରେ ଏ‌ହି ଗାଁର ସ୍ବତନ୍ତ୍ର ପରିଚୟ ରହିଛି।

ddgcvcv

ଅନୁଗୁଳ: ପରିବାରରେ ପିଲାଟିଏ ଜନ୍ମ ହେଲେ ଲୋକେ ନାମକରଣ କରିବା ସହିତ ଏକୋଇଶିଆ ପାଳନ କରିଥା’ନ୍ତି। କିନ୍ତୁ ଗୁରଙ୍ଗ ଗାଁରେ ଆଜି ଏକ ହାତୀଛୁଆର ଏକୋଇଶିଆ ପାଳନ କରାଯାଇଛି। ଜଙ୍ଗଲ ସୁରକ୍ଷା ଦିଗରେ ଏ‌ହି ଗାଁର ସ୍ବତନ୍ତ୍ର ପରିଚୟ ରହିଛି। ଆଜି ଗ୍ରାମବାସୀଙ୍କ ବନ୍ୟପ୍ରାଣୀଙ୍କ ପ୍ରତି ଭଲପାଇବାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। 

ଅନୁଗୁଳ ବନାଞ୍ଚଳ ଗୁରଙ୍ଗ ଗାଁର ଲୋକମାନେ ଠେଙ୍ଗା ପାଳି କରି ପ୍ରାୟ ୪୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି। ଫଳରେ ଗାଁ ନିକଟ ଜଙ୍ଗଲରେ ଏବେ ବଡ଼ ବଡ଼ ଶାଳଗଛ ଛିଡ଼ା ହୋଇଛି। ଆଉ ଏହି ଜଙ୍ଗଲ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଛି। ଏହି ଜଙ୍ଗଲରେ ୨୧ ଦିନ ପୂର୍ବରୁ ଏକ ହାତୀଛୁଆ ଜନ୍ମ ହୋଇଥିବା ବେଳେ ଗୁରଙ୍ଗ ଗାଁର ଲୋକମାନେ ଆଜି ହାତୀଛୁଆର ଏକୋଇଶିଆ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି। ଏଥିପାଇଁ ଆଜି ଗାଁରେ ଭୋଜିଭାତର ଆସର ମଧ୍ୟ ଜମିଥିଲା। ଗ୍ରାମବାସୀ ଏକାଠି ବସି ଭୋଜି ଖାଇ ଖୁସିରେ ମସ୍‌ଗୁଲ ହୋଇଥିଲେ। ହାତୀଛୁଆର ଦୀର୍ଘ ଜୀବନ କାମନା କରି ସେମାନେ ତ୍ରିନାଥ ମେଳା ଆୟୋଜିତ କରିବା ସହିତ ହୋମଯଜ୍ଞ କରିଥିବା ଜଣାପଡ଼ିଛି। ହାତୀ- ମଣିଷ ଲଢ଼େଇ ପାଇଁ ଉଭୟଙ୍କ ଜୀବନ ବିପଦରେ ପଡ଼ୁଥିବା ବେଳେ ଗୁରଙ୍ଗ ଗ୍ରାମବାସୀଙ୍କ ନିଆରା ଉଦ୍ୟମ ପ୍ରଶଂସନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe