ଉଲୁଣ୍ଡାରେ ଦନ୍ତା ଉତ୍ପାତ: ସର୍ଟର ଭାଙ୍ଗି ଚାଉଳ ଖାଇଲା, ପାଚେରୀ ଭାଙ୍ଗିଲା

Advertisment
ଉଲୁଣ୍ଡାରେ ଦନ୍ତା ଉତ୍ପାତ: ସର୍ଟର ଭାଙ୍ଗି ଚାଉଳ ଖାଇଲା, ପାଚେରୀ ଭାଙ୍ଗିଲା

ଉଲୁଣ୍ଡା: ଉଲୁଣ୍ଡା ବନାଞ୍ଚଳରେ ପୁଣି ଦନ୍ତା ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ଶୁକ୍ରବାର ବିଳମ୍ବିତ ରାତିରେ ଯଉଁରାଭଉଁରା ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ଭାଙ୍ଗି ଭିତରେ ପଶିଥିଲା। ପଞ୍ଚାୟତ ଗୋଦାମ ଗୃହରେ ଲାଗିଥିବା ସର୍ଟର୍‌ ଭାଙ୍ଗି ଭିତରେ ଥିବା ୫ ପ୍ୟାକେଟ୍ ପିଡିଏସ୍ ଚାଉଳ ଖାଇବା ସହ ଏଣେ ତେଣେ  ପିଙ୍ଗି ନଷ୍ଟ କରି ଦେଇଛି। ଆଜି ସକାଳୁ ପଞ୍ଚାୟତ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସି ଘଟଣା ଦେଖିବା ପରେ ଏ ନେଇ ପଇଓ ସ୍ବୟଂମ୍ଭୁ ପୁରୋହିତ ଉଲୁଣ୍ଡା ରେଞ୍ଜରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଅନ୍ୟପଟେ ହାତୀ ଯଉଁରାଭଉଁରା ପଞ୍ଚାୟତ ଗୁଜା ଗ୍ରାମରେ ବିଳମ୍ବିତ ରାତିରେ ପଶି ପ୍ରାଥମିକ ସ୍କୁଲ୍‌ର ଦୁଇଟି ଗେଟ୍‌କୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଲଗାତାର ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ବନ ବିଭାଗ ତୁରନ୍ତ ଉକ୍ତ ଦନ୍ତା ହାତୀକୁ ଘଉଡାଇବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଉଲୁଣ୍ଡା ରେଞ୍ଜର ଦିଲ୍ଲୀପ ପ୍ରଧାନଙ୍କୁ ପଚାରିବାରେ, ‘ଗୋଟିଏ ଦନ୍ତା ହାତୀ ବର୍ତ୍ତମାନ ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଅଛି। ଆମେ ତାକୁ ଟ୍ରାକିଙ୍ଗ କରି ଘଉଡ଼ାଇବାକୁ ପ୍ରୟାସ ଜାରି ରଖିଛୁ’ ବୋଲି କହିଥିଲେ। ତେବେ ଜଙ୍ଗଲରେ ବେଆଇନ ଭାବରେ ଦେଶୀ ମଦ ରନ୍ଧା ଚାଲିଥିବାରୁ ଉକ୍ତ ମଦ ଫାଶ ଖାଇ ହାତୀ ବେଳେ ବେଳେ ମତୁଆଲା ହୋଇ ଗାଁ ମୁହାଁ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe