ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ହାତୀ

Advertisment
ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ହାତୀ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ମନୋହରପୁର ପଞ୍ଚାୟତ ମକାଶୁଖିଲା ଗ୍ରାମ ନିକଟରେ ଥିବା ବସନ୍ତ କୁମାର ପୃଷ୍ଟିଙ୍କ ବଗିଚାରେ ରବିବାର ରାତିରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗିବା ସହ ଦୁଇବସ୍ତା ଧାନ ଖାଇଛି। ବଗିଚାରେ ଫସଲ ନଷ୍ଟ କରିଛି। ଦୁଇଦିନ ହେବ ଦନ୍ତାହାତୀଟି ଆଖପାଖ ଗ୍ରାମରେ ବୁଲି କ୍ଷୟକ୍ଷତି କରୁଛନ୍ତି।

ବନ ବିଭାଗ ତା’ର ଗତିବିଧି ଉପରେ ନଜର ରଖିବାକୁ ଦାବି ହେଉଛି। ସୂଚନା ଯୋଗ୍ୟ ଯେ, ଉକ୍ତ ଅଞ୍ଚଳରେ ଖାଦ୍ୟ ଅଭାବରୁ ହାତୀ ପଲ ଗାଁ ଗାଁକୁ ପଶି ଆସୁଛନ୍ତି। ଘର ଭାଙ୍ଗିବା ସହ ଫସଲ ଖାଇ ଦଳି ଚକଟି ନଷ୍ଟ କରୁଛନ୍ତି। ବାରମ୍ବାର ଅଭିଯୋଗ କଲେ ବି ବନ ବିଭାଗ ଦୃଷ୍ଟି ଦେଉନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଆଗାମୀ ଦିନରେ ହାତୀ ଉପଦ୍ରବ ବନ୍ଦ ନହୁଏ ତେବେ ଅବସ୍ଥା ସାଂଘାତିକ ରୂପ ନେବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe