ରୁଗୁଡ଼ି ସାହିରେ ଦନ୍ତା ଆତଙ୍କ

Advertisment
ରୁଗୁଡ଼ି ସାହିରେ ଦନ୍ତା ଆତଙ୍କ

TripAdvisor

ପଦ୍ମପୁର : କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ରୁଗୁଡ଼ିସାହିରେ ଏକ  ଦନ୍ତା ହାତୀ ଆଜି ସକାଳୁ ଆତଙ୍କ ଖେଳାଇଛି। ଦନ୍ତାଟି ସାହି ଭିତରକୁ ପଶିଆସି ପଣସ ଖାଇଥିଲା। ଗ୍ରାମବାସୀ ହୋହଲ୍ଲା କରିବାରୁ  ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି।

ରୁଗୁଡିସାହି ନିକଟରେ ଗତରାତିରୁ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ଡେରା ପକାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ସେ ଏଠିସେଠି ବୁଲୁଥିବା ଜଣାପଡିଛି। ଫଳରେ  ଅଞ୍ଚଳବାସୀ ଯାଆସ ପାଇଁ ସୁରକ୍ଷିତ ମଣୁନାହାଁନ୍ତି। ତୁରନ୍ତ ବନ ବିଭାଗ ହାତୀକୁ  ଜଙ୍ଗଲକୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe