ଦନ୍ତା ଦଳିଦେଲା ତରଭୁଜ ବଗିଚା

Advertisment
ଦନ୍ତା ଦଳିଦେଲା ତରଭୁଜ ବଗିଚା

ତେଲକୋଇ: ତେଲକୋଇ ବ୍ଲକ୍‌ ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ତିନିଦିନ ହେଲା ଏକ ଦନ୍ତାହାତୀ ଗ୍ରାମରେ ଉତ୍ପାତ କରୁଛି। ଲୋକଙ୍କ ଘର ଭାଙ୍ଗିବା ସହ ବଗିଚା ଉଜାଡ଼ି ଦେଉଛି। ଚାଷୀଙ୍କ ତରଭୁଜ ବଗିଚାରେ ପଶି ତରଭୁଜ ଖାଇବା ସହ ମାଡ଼ିଦଳି ନଷ୍ଟ କରିଦେଇଛି। ଯୁବଚାଷୀ ସୌଭାଗ୍ୟ ପରିଡ଼ା, ପ୍ରମୋଦ ସେଠୀ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ତରଭୁଜ ଚାଷ କରିଛନ୍ତି।

ଏବେ ଫସଲ ଅମଳ ସମୟ। ସଞ୍ଜ ନଇଁବା ମାତ୍ରେ ଦନ୍ତାହାତୀଟି ତରଭୁଜ ବଗିଚାକୁ ପଶିଆସୁଛି। ଚାଷୀମାନେ ନିଆଁହୁଳା ଦେଖାଇ ତଡ଼ିବାକୁ ଚେଷ୍ଟା କଲେ ମଧ୍ୟ ସେ ଯାଉନାହିଁ। ଓଲଟା ମାରିବାକୁ ଗୋଡ଼ାଇ ଆସୁଥିବା ଚାଷୀମାନେ କହିଛନ୍ତି। ବନ ବିଭାଗ ତୁରନ୍ତ ହାତୀଟିକୁ ଅନ୍ୟତ୍ର ଘଉଡ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe