ଚାଷଜମିରେ ବୁଲିଲା ଦନ୍ତା

Advertisment
ଚାଷଜମିରେ ବୁଲିଲା ଦନ୍ତା

ତେଲକୋଇ : ବିଲରେ ଲୋକ କାମ କରୁଥିବା ବେଳେ ପଶି ଆସିଲା ଏକ ଦନ୍ତାହାତୀ। ଢେର କିଛି ସମୟ ବିଲରେ ବୁଲି ଧାନତଳିକୁ ମାଡ଼ିଦଳି ନଷ୍ଟ କଲା। ଲୋକେ ହୋହଲ୍ଲା କରିବାରୁ ପୁଣି ଜଙ୍ଗଲ ଭିତରକୁ ଚାଲିଗଲା। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଚାଷଜମିରେ ଆଜି ଲୋକେ ଚାଷ କାମ କରୁଥିଳେ। ଦିନ ପ୍ରାୟ ୨ଟାବେଳେ ଏକ ଦନ୍ତାହାତୀ ପଶି ଆସି ବିଲରେ ବୁଲିଥିଲା। ରୁଆ ହୋଇଥିବା ଧାନତଳିକୁ ମାଡ଼ି ନଷ୍ଟ କରିଥିଲା। ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ନିକଟସ୍ଥ ହନୁମନ୍ତିଆ ଜଙ୍ଗଲରୁ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ଜଣାପଡ଼ିଥିଲା।

ବିଲରେ କାମ କରୁଥିବା ଲୋକେ ପାଟିତୁଣ୍ଡ କରିବାରୁ ହାତୀଟି ପୁଣି ଜଙ୍ଗଲକୁ ଚାଲି ଯାଇଥିଲା। ବନ ବିଭାଗ ସୂଚନା ଅନୁଯାୟୀ, ତେଲକୋଇ ରେଞ୍ଜରେ ୧୭ଟି ହାତୀ ଅଛନ୍ତି। ତେଲକୋଇ ସେକ୍ସନରେ ୧୧ ଓ ବିମଳା ସେକ୍ସନରେ ୬ଟି ହାତୀ ଅଛନ୍ତି। ଚାଷ ଆରମ୍ଭରୁ ହାତୀପଲ ଜମିରେ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ରେଞ୍ଜର ଶିବାଜୀ ମୋହନ ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe