ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

Advertisment
ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଦୁବୁଲାବେଡ଼ା ଗ୍ରାମରେ ଏକ ମାଈହାତୀ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଛି। ମୃତକ ଜଣଙ୍କ ହେଲେ ଦୁବୁଲାବେଡ଼ାର କ୍ଷେତ୍ରବାସୀ ମହାନ୍ତ।

କ୍ଷେତ୍ରବାସୀଙ୍କ ପରିବାର ଗାଁ ଭିତରେ ରହୁଥିବା ବେଳେ ସେ ଜଙ୍ଗଲ ନିକଟରେ ଏକ ଘର କରି ଏକୁଟିଆ ରହୁଥିଲେ। କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ଏକ ମା’ ଓ ଛୁଆହାତୀ ଶୁକ୍ରବାର ରାତିରେ ପ୍ରଥମେ କୋଳିପଶି ଗ୍ରାମରେ ପଶିଥିଲେ। ସ୍ଥାନୀୟ ଲୋକେ ଘଉଡ଼ାଇବାରୁ ହାତୀ ଦୁଇଟି ଦୁବୁଲାବେଡ଼ା ଆଡ଼କୁ ଚାଲିଆସିଥିଲେ।

ଜଙ୍ଗଲ ପାଖରେ ରହୁଥିବା କ୍ଷେତ୍ରବାସୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଥିଲେ। ଏହି ସମୟରେ ବୃଦ୍ଧ କ୍ଷେତ୍ରବାସୀ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ମାଈହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଖବର ପାଇ ପରିବାର ଲୋକେ ଆଜି ଭୋରରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe