ରେଲୱେ ୟାର୍ଡ୍‌ରେ ଇଞ୍ଜିନ ଲାଇନ୍‌ଚ୍ୟୁତ

Advertisment
ରେଲୱେ ୟାର୍ଡ୍‌ରେ ଇଞ୍ଜିନ ଲାଇନ୍‌ଚ୍ୟୁତ

ରାଉରକେଲା: ଆଜି ପୂର୍ବାହ୍ନରେ ଏକ ଟ୍ରେନ୍‌ ଇଞ୍ଜିନ ଲାଇନ୍‌ଚ୍ୟୁତ ହୋଇଛି। ବନ୍ଧମୁଣ୍ଡା ରେଲୱେ ୟାର୍ଡ‌୍ ଭିତରେ ଏହି ଅଘଟଣ ଘଟିଛି। ସୂଚନାଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା। ବନ୍ଧମୁଣ୍ଡା ରେଲୱେ ୟାର୍ଡ‌୍‌ର ଡିଜେଲ ସେଡ୍‌ରୁ ଏକ ଇଞ୍ଜିନ ବାହାରି ରାଉରକେଲା ଇଲେକ୍ଟ୍ରିକ୍‌ ସେଡ୍‌କୁ ଯାଉଥିଲା। ପ୍ରାୟ ୫ ଶହ ମିଟର ଗଲାପରେ ଇଞ୍ଜିନ ହଠାତ୍‌ ଟ୍ରାକ୍‌ ନଂ-୩ରେ ଲାଇନଚ୍ୟୁତ ହୋଇଯାଇଥିଲା। ପରେ ରେଳବାଇ କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୭ ଘଣ୍ଟାର କସରତ ପରେ, ଅର୍ଥାତ୍‌ ଅପରାହ୍ନ ପ୍ରାୟ ୫ଟାରେ ଇଞ୍ଜିନ୍‌କୁ ରେଳ ଲାଇନ୍‌କୁ ଅଣାଯାଇଥିଲା। ମୁଖ୍ୟ ଲାଇନ୍‌ରେ ଦୁର୍ଘଟଣା ହୋଇନଥିବାରୁ ଅନ୍ୟ କୌଣସି ଟ୍ରେନ୍‌ ଚଳାଚଳାରେ ବାଧାପ୍ରାପ୍ତ ହୋଇନଥିଲା। ତେବେ କିଭଳି ଲାଇନ୍‌ଚ୍ୟୁତ ହେଲା, ସେନେଇ ବିଭାଗୀୟ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe