ଜଣଙ୍କ ପାଇଁ ପୂରା ପୁଲିସ ବିଭାଗ ଦୋଷୀ ନୁହେଁ

Advertisment

ଜୟଙ୍କ ବୟାନକୁ ନିନ୍ଦା କଲା ହାବିଲଦାର କନଷ୍ଟେବଳ ସଂଘ

ଜୟଙ୍କ ବୟାନକୁ ନିନ୍ଦା କଲା ହାବିଲଦାର କନଷ୍ଟେବଳ ସଂଘ

ଜଣଙ୍କ ପାଇଁ ପୂରା ପୁଲିସ ବିଭାଗ ଦୋଷୀ ନୁହେଁ

ସମ୍ବଲପୁର: ପିଏସ୍‌ଓ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଫେରାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସମ୍ବଲପୁର ବିଧାୟକ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଗତକାଲି ନିଜ ପିଏସ୍‌ଓଙ୍କୁ ଫେରାଇବା ଦେଇଥିଲେ। ପୁଲିସ ଏଏସ୍‌ଆଇଙ୍କ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନକକିଶୋର ଦାସଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ପୁଲିସକୁ ଭରସା ନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ। ପିଏସ୍‌ଓ ବି ନିଜ ଦାୟିତ୍ବ ସଂପାଦନରେ ଅବହେଳା କରିଥିଲେ। ଅବଶ୍ୟ, ପିଏସ୍ଓଙ୍କୁ ଏଥିପାଇଁ ନିଲମ୍ବନ କରାଯାଇଛି।

ଶନିବାର ସମ୍ବଲପୁର ହାବିଲଦାର କନଷ୍ଟେବଳ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜୟ ନାରାୟଣଙ୍କ ବୟାନକୁ ନିନ୍ଦା କରିଛି। ଜୟ ନାରାୟଣ ଦେଇଥିବା ବୟାନକୁ ପ୍ରତ୍ୟାହାର କରନ୍ତୁ ବୋଲି ସମ୍ବଲପୁର ହାବିଲଦାର କନଷ୍ଟେବଳ ସଂଘର ସଭାପତି ରାମଦାସ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ରାଜ୍ୟ ହାବିଲଦାର କନଷ୍ଟେବଳ ସଂଘ ମଧ୍ୟ ସମାନ ଦାବି କରିଥିଲା। ପୁଲିସ ଏଏସ୍‌ଆଇଙ୍କ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ଦୁଃଖଦାୟକ ବୋଲି କହିବା ସହ ଉକ୍ତ ଘଟଣାକୁ ବି ରାମଦାସ ପଣ୍ଡା ନିନ୍ଦା କରିଥିଲେ। ତ‌େବେ, ଜଣେ ପୁଲିସ କର୍ମଚାରୀଙ୍କ ପାଇଁ ପୂରା ପୁଲିସ ବିଭାଗକୁ ଦୋଷୀ କରିବା ଠିକ୍‌ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe