ଖଡ଼ିଆଳ ବିଧାନସଭାରେ ବଦଳିବ ସମୀକରଣ! ଅଧିରାଜଙ୍କୁ ନେଇ ଅନେକ ଚର୍ଚ୍ଚା

ପୁଣି କଂଗ୍ରେସରୁ ପ୍ରାର୍ଥୀ ହେବେ ତ? କ’ଣ ରହିବ ଲମ୍ବୋଦରଙ୍କ ଭୂମିକା?

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

YouTube

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଗାମୀ ନିର୍ବାଚନରେ ସମୀକରଣ ବଦଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଅଧିରାଜ ପାଣିଗ୍ରାହୀ ୨୦୧୯ରେ ପ୍ରଥମକରି ବିଧାନସଭାକୁ ଯାଇଥିଲେ। ପୁଣି ୨୦୨୪ ନିର୍ବାଚନରେ ସେ କଂଗ୍ରେସ ଦଳରୁ ମୁଖ୍ୟ ଦାବିଦାର ରହିଛନ୍ତି। ଅନ୍ୟପକ୍ଷରେ, ନିର୍ବାଚନ ଆଗରୁ ସେ ଦଳ ଡେଇଁବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ସେ ବିଜେଡି କି ବିଜେପିକୁ ଯିବେ, ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ଚଳିତ ମାସ ୨୪ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ରାଜନୀତି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ଯେ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଜେଡିକୁ ଗଲେ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ଟିକେଟ ପାଇବା କଷ୍ଟକର ହେବ। ତେବେ, ଲମ୍ବୋଦର ଗତ କିଛିଦିନ ହେଲା ଟିକେଟ ପାଇଁ ଭୁନେଶ୍ବରରେ ଡେରା ପକାଇଥିବା ଜଣାପଡ଼ିଛି।

ଲମ୍ବୋଦର ବିଜେଡିର ଜଣେ ପୁରୁଣା ଓ ଦକ୍ଷ ନେତା ହୋଇଥିବା ବେଳେ ତାଙ୍କ ବଦଳରେ ବିଜେଡି ଅନ୍ୟ କାହାକୁ ଟିକେଟ ଦେଲେ ଭୋଟରମାନେ ଗ୍ରହଣ କରିବେ କି ନାହିଁ ବୋଲି ମଧ୍ୟ ଅଞ୍ଚଳରେ ଆଲୋଚନା ହେଉଛି। ଏଥିସହିତ, ଆଗାମୀ ନିର୍ବାଚନରେ ବିଜେଡି ନୂଆମୁହଁକୁ ନେଇ ମଇଦାନକୁ ଓହ୍ଲାଇବା ନେଇ ବି ଚର୍ଚ୍ଚା ହେଉଛି। ଏପରିସ୍ଥଳେ ବିଜେପିରୁ କିଏ ପ୍ରାର୍ଥୀ ହେବେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ୨୦୦୯ ମସିହା ନିର୍ବାଚନରେ ବିଜେପିର ହିତେଶ ବଗର୍ତ୍ତୀ ଏହି ଆସନରୁ ନିର୍ବାଚିତ  ହୋଇଥିଲେ। ହେଲେ, ୨୦୧୯ରେ ହିତେଶଙ୍କ ପତ୍ନୀ ରୀତାରାଣୀ ବିଜେପିରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe