ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଖର୍ଚ୍ଚଦାବି

Advertisment

ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୬୪୩୬କୋଟି ୯ଲକ୍ଷ ୧୨ ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି।

ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୬୪୩୬କୋଟି ୯ଲକ୍ଷ ୧୨ ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି।

Odisha assembly

Odisha assembly Photograph: (Sambad )

ଭୁବନେଶ୍ବର: ଆଜି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୬୪୩୬କୋଟି ୯ଲକ୍ଷ ୧୨ ହଜାର ଟଙ୍କାର ଖର୍ଚ୍ଚ ଦାବି ପାରିତ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇନଥିବାବେଳେ କେବଳ ଶାସକ ବିଜେପିର ତିନି ଜଣ ବିଧାୟକ ଏହି ଆଲୋଚନାରେ ଭାଗ ନେଇଥିଲେ। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ରଖିବା ପରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଏସ୍‌ଟି, ଏସ୍‌ସି ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ଖର୍ଚ୍ଚ ଦାବିକୁ ବାଚନିକ ଭୋଟ୍‌ରେ ପାରିତ କରିଛନ୍ତି।

ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ସନାତନ ବିଜୁଳି କହିଥିଲେ, ଆଜି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେଉଥିବାବେଳେ ବିରୋଧୀ ଯେପରି ‌ଗୃହ ଚଲାଇ ଦେଉନାହାନ୍ତି ତାହା ପ୍ରମାଣିତ କରୁଛି ଯେ ଉଭୟ ବିଜେଡି ଓ କଂଗ୍ରେସ ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିରୋଧୀ। ଆମେ ବିରୋଧୀ ଦଳରେ ଥିବାବେଳେ କଡ଼ା ବିରୋଧ କରିବାରୁ ସରକାର ତାଙ୍କ ନିଷ୍ପତ୍ତିରୁ ଓହରିଥିଲେ। ଏବେ ଆମେ ଆଦିବାସୀଙ୍କ ପାଇଁ କାମ କରିବାକୁ ବହୁ ଯୋଜନା ଆଣିଥିବାବେଳେ ସେମାନେ ଆଲୋଚନାରେ ଭାଗ ନେଉନାହାନ୍ତି। ବିଧାୟକ ସଞ୍ଜଳି ମୁର୍ମୁ, ଜଲେନ୍ ନାୟକ ମଧ୍ୟ ଆଲୋଚନାରେ ଭାଗ ନେଇ ମତ ରଖିଥିଲେ।

ସେହିପରି ମନ୍ତ୍ରୀ ଶ୍ରୀ ଗଣ୍ଡ ଆଲୋଚନାର ଉତ୍ତର ରଖି କହିଥିଲେ, ଚଳିତ ବଜେଟ୍‌ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗଙ୍କ ଶିକ୍ଷା, ଆର୍ଥିକ ବିକାଶ କରିବାକୁ ଯୋଜନା ହୋଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସାମାଜିକ ବିକାଶ ନିମନ୍ତେ ୧୫କୋଟି ଟଙ୍କା ବ୍ୟୟରେ ୫୦ଟି ବହୁମୁଖୀ ଗୋଷ୍ଠୀ ତଥା ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe