ଲତାଙ୍କ ଶେଷ ଇଚ୍ଛା ପୂରଣ କଲେ ପରିବାର

Advertisment

କେନ୍ଦୁଝର ପାଟଣା ବ୍ଲକ୍‌ ଯମୁନାପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ସହମତିକ୍ରମେ ଲତାଙ୍କ ଯକୃତ ଅନ୍ୟଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।

କେନ୍ଦୁଝର ପାଟଣା ବ୍ଲକ୍‌ ଯମୁନାପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ସହମତିକ୍ରମେ ଲତାଙ୍କ ଯକୃତ ଅନ୍ୟଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।

sdsdsds

କେନ୍ଦୁଝର: କେନ୍ଦୁଝର ପାଟଣା ବ୍ଲକ୍‌ ଯମୁନାପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମର କୁଳମଣି ମହାନ୍ତଙ୍କ ସ୍ତ୍ରୀ ଲତା ମହାନ୍ତଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ସହମତିକ୍ରମେ ଲତାଙ୍କ ଯକୃତ ଅନ୍ୟଜଣଙ୍କଠାରେ ପ୍ରତିରୋପଣ କରାଯାଇଛି। ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇ ଉଦାହରଣ ପାଲଟିଛନ୍ତି ଲତା। 

କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଲତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ପରେ ଅଙ୍ଗଦାନ କରିବା ତାଙ୍କର ଶେଷ ଇଚ୍ଛା ଥିଲା। ପରିବାର ଲୋକ ତାହାକୁ ପୂରଣ କରିଛନ୍ତି। ଆଜି ସ୍ବର୍ଗତା ଲତାଙ୍କ ମରଶରୀରକୁ କୋଡ଼ଖମଣସ୍ଥିତ ବାସଭବନକୁ ଅଣାଯିବା ପରେ ଗାଁ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଚମ୍ପୁଆ ଏସ୍‌ଡିପିଓ ବିଜୟ କୁମାର ମଲ୍ଲିକ ଶ୍ମଶାନରେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe