ମୁଲାକାତରେ କଟକଣା ନାହିଁ: ଗୋପାଳକୁ ଭେଟିବା ପାଇଁ ଆସୁନାହାନ୍ତି ପରିବାର

ମୁଲାକାତରେ କଟକଣା ନାହିଁ: ଗୋପାଳକୁ ଭେଟିବା ପାଇଁ ଆସୁନାହାନ୍ତି ପରିବାର

Pragativadi

ଚୌଦ୍ବାର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ତାକୁ ଜେଲ୍‌ରେ ମୁଲାକାତ ବ୍ୟବସ୍ଥାରେ ଭେଟିବା ଉପରେ କୌଣସି ଅଙ୍କୁଶ ନାହିଁ। ହେଲେ, ଗୋପାଳକୁ ଭେଟିବା ପାଇଁ ତା’ର ପରିବାର ଲୋକ ଅଥବା ଅନ୍ୟ କେହି ଆସି ନଥିବା ଜଣାପଡ଼ିଛି।

ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ଦାସର ଜୀବନଯାପନ ସ୍ବାଭାବିକ ରହିଛି। ସକାଳୁ ଉଠି ଏକଘଣ୍ଟାରୁ ଅଧିକ ସମୟ ଧରି ନିଜ ସେଲ୍‌ ବାରଣ୍ତାରେ ବ୍ୟାୟାମ କରୁଛି। ସବୁ ଖବରକାଗଜରୁ ଟିକିନିଖି ଖବର ପଢୁଛି। ଜେଲ୍‌ ଲାଇବ୍ରେରିରୁ ନୂଆନୂଆ ବହି ଆଣି ଦିନକୁ ପ୍ରାୟ ୮ରୁ ୧୦ଘଣ୍ଟା ପଢ଼ାପଢ଼ି କରୁଛି। ଜେଲ୍‌ ଆସିବାର ଦ୍ବିତୀୟ ଦିନରୁ ଲାଇବ୍ରେରିରୁ ଆଣିଥିବା ଗୀତା ଓ ଭାଗବତ ବହିକୁ ନିଜ ପାଖରେ ରଖି ପଢୁଛି। ଏବେ ସୁଦ୍ଧା ଲାଇବ୍ରେରିରୁ ପ୍ରାୟ ୧୦ରୁ ଅଧିକ ବହି ପଢ଼ି ଫେରାଇ ସାରିଲାଣି। ବହି ଓ ଖବରକାଗଜ ମାଗିବା ବ୍ୟତୀତ ଆଉ କୌଣସି ଜିନିଷ ପାଇଁ ‌ଗୋପାଳ କହୁ ନାହିଁ।
ଅନ୍ୟପକ୍ଷରେ, ଗୋପାଳର ଗତିବିଧି ଉପରେ ସିସି କ୍ୟାମେରାରେ ନଜର ରଖାଯିବା ସହିତ ଜେଲ କର୍ମଚାରୀମାନେ ୨୪ ଘଣ୍ଟିଆ ପହରା ଦେଉଛନ୍ତି। ଗୋପାଳ ରହୁଥିବା ସେଲ୍‌ର ସମ୍ମୁଖରେ ଖାଲିଥିବା ଦୁଇଟି ସେଲ୍‌ରେ ଏବେ ଦୁଇଜଣ ଆସାମୀଙ୍କୁ ରଖାଯାଇ ତାଙ୍କ ଦ୍ବାରା ମଧ୍ୟ ଗୋପାଳର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ଗୋପାଳ ପ୍ରତ୍ୟେକ ଦିନ ନିଜ ପିନ୍ଧା କପଡ଼ାକୁ ସଫା କରି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe