IIFL Finance
ବ୍ରହ୍ମବରଦା : ବ୍ରହ୍ମବରଦା ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଦିନ ୪ ଜଣ ଦୁର୍ବୃତ୍ତ ଜଣେ ବାଇକ ଆରୋହୀଙ୍କଠାରୁ ୪ ଲକ୍ଷ ୨୦ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥଲେ। ଅନ୍ୟ ଦୁଇ ଲୁଟେରା ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଫେରାର ଥିବା ଦୁଇ ଲୁଟେରାଙ୍କ ପରିବାର ଲୁଟ୍ ହୋଇଥିବା ସମସ୍ତ ଟଙ୍କା ଥାନାରେ ଆଣି ଫେରାଇ ଦେଇଥିବା ଜଣାପଡ଼ିଛି। ସମସ୍ତଙ୍କ ଘର ବ୍ରହ୍ମପୁର ଆସ୍କା ଅଞ୍ଚଳରେ ବୋଲି ଜାଣିବାକୁ ମିଳିଛି।
ପୁଲିସ ସେମାନଙ୍କୁ ଧରିବା ପାଇଁ ସେମାନଙ୍କ ଘରେ ପହଞ୍ଚିଥିଲେ। ଦୁହେଁ ଫେରାର ଥିବା ଜଣାପଡ଼ିଛି। ଏହି ଲୁଟ୍ ଘଟଣାରେ ବ୍ରହ୍ମବରଦା ଥାନାରେ ୧୨/୨୩ ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ୪ ଲୁଟେରା କେନ୍ଦ୍ରାପଡ଼ାସ୍ଥିତ ପଞ୍ଚୁପାଣ୍ଡବଠାରେ ଘରଭଡ଼ା ନେଇ ରହି ଲୁଟ୍ପାଟ କାର୍ଯ୍ୟରେ ଲିପ୍ତରହୁଥିଲେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
Follow Us