ଡାକ୍ତର ମୃତ ଘୋଷଣା କଲେ ନାହିଁ, ମୃତ ଶିଶୁକୁ ଧରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

ଡାକ୍ତର ମୃତ ଘୋଷଣା କଲେ ନାହିଁ, ମୃତ ଶିଶୁକୁ ଧରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ କପାସିରା ଗାଁର ସମ୍ରାଟ ପ୍ରଧାନ ତାଙ୍କର ୧ ମାସର ଶିଶୁର ଦେହ ଖରାପ ହେବାରୁ ସୋନପୁର ସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁର ଚିକିତ୍ସା ଆରମ୍ଭ କରିଥିଲେ। ଏକ ଘଣ୍ଟା ପରେ ଶିଶୁ ଗୁରୁତର ହେବାରୁ ଡାକ୍ତର ବୁର୍ଲା ବଡ଼ ଡାକ୍ତରଖାନାକୁ ରେଫର କରିଥିଲେ। ସମ୍ରାଟ ନିଜ ଶିଶୁକୁ ୧୦୮ ଆମ୍ବୁଲେନ୍ସ ଯୋଗେ ବୁର୍ଲା ବଡ ଡାକ୍ତରଖାନାକୁ ନେଉଥିଲେ। ବାଟରେ ଉଲୁଣ୍ଡା ନିକଟରେ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା।

ଏହା ପରେ ଶିଶୁଟିକୁ ବାପାମା’ ଉଲୁଣ୍ଡା ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇ ମୃତ୍ୟୁ ଘୋଷଣା କରିବା ପାଇଁ କହିଥିଲେ। ହେଲେ ସେଠାରେ ଡାକ୍ତରମାନେ ମୃତ୍ୟୁ ଘୋଷଣା କରିବା ପାଇଁ ମନା କରି ଦେଇଥିଲେ। ସେଠାରୁ ପୁଣି ସେମାନେ ସୋନପୁର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ମଧ୍ୟ ଡାକ୍ତାରମାନେ ମୃତ ଘୋଷଣା କରିବା ପାଇଁ ମନା କରି ଦେଇଥିଲେ। ଶେଷରେ ବାଧ୍ୟ ହୋଇ ମୃତ ଶିଶୁକୁ ଧରି ସମ୍ରାଟ ଓ ତାଙ୍କ ପତ୍ନୀ କୁନି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଡାକ୍ତରମାନେ ଶିଶୁଟିକୁ ମୃତ ଘଷୋଣା କରିଥିବା ପରିବାର ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe