ତରଭୁଜ କ୍ଷେତରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

Advertisment
ତରଭୁଜ କ୍ଷେତରେ ଟ୍ରାକ୍ଟର ମଡ଼ାଇଦେଲେ ଚାଷୀ

ବରଗଡ଼ : ବିଗତ ଦିନରେ ଅଦିନିଆ ବର୍ଷା ଏବଂ କରକାପାତ ପରିବା ଚାଷୀଙ୍କୁ କ୍ଷତି ପହଂଚାଇଛି। ଫସଲ ନଷ୍ଟ ହେବା ସହ ବଜାରରେ କମ୍‌ ଦର ଯୋଗୁଁ ଚାଷୀ ଦୋହରା ଦୁଃଖ ପାଇଛନ୍ତି। ବିଶେଷକରି ତରଭୁଜ ଚାଷୀମାନେ କରକାମାଡ଼ ଯୋଗୁଁ ବ୍ୟାପକ କ୍ଷତି ସହିଛନ୍ତି। ଶେଷରେ ଚାଷୀ ନିଜ ୩ ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ମଡ଼ାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ।

ଗାଁର ଚାଷୀ କ୍ଷୀରୋଦ୍ର ମୁନା ନିଜ ୩ ଏକର ଜମିରେ ତରଭୁଜ ଚାଷ କରିଥିଲେ। ଏଥିରେ ପାଖାପାଖି ସେ ୯୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କ୍ଷୀରୋଦ୍ର କୁହନ୍ତି, ଏଥର ଚାଷ ‌ଭଲ ହୋଇଥିଲା। ତରଭୁଜ ସ୍ବାଭାବିକ ଆକାରରେ ରହିଥିଲା। ତେବେ ବଜାରକୁ ନେବା ପୂର୍ବରୁ ଦୁଇଦିନ କରକାପାତ ସବୁ ଉଜାଡ଼ି ଦେଇଥିଲା। ଯେତିକି ତରଭୁଜ ବଳିଲା ତାକୁ ବେପାରୀ କମ୍‌ ଦାମ୍‌ରେ କିଣିବାକୁ ଲାଗିଲେ। ଏତିକିରେ କ୍ଷୀରୋଦ୍ରଙ୍କ ମୂଳ ଟଙ୍କା ବି ଆସିନଥିଲା। ଫଳରେ ସେ ବାଧ୍ୟ ହୋଇ ଟ୍ରାକ୍ଟର ମଡ଼ାଇ ନିଜ କଷ୍ଟୋପାର୍ଜିତ  ତରଭୁଜ ଫସଲକୁ ନଷ୍ଟ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe