କୀଟନାଶକ ପକାଉଥିବାବେଳେ ଟଳିପଡ଼ିଲେ ଚାଷୀ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

କବାଟବନ୍ଧ: କୀଟନାଶକ ପକାଉଥିବା ବେଳେ ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଦଳଗାଁ ଗ୍ରାମର ସ୍ବର୍ଗତ ଜୟରାମ ସ୍ବାଇଁଙ୍କ ପୁଅ ପ୍ରତାପ ଓରଫ ବୁଲୁ (୪୬)ଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଆଜି ପୂର୍ବାହ୍ଣରେ ସେ ଧାନବିଲରେ କୀଟନାଶକ ପକାଉଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ବିଳମ୍ବ ହେବାରୁ ଘରଲୋକ ବିଲକୁ ଆସିଥିଲେ। ଚେତାଶୂନ୍ୟ ହୋଇ ବିଲରେ ପଡ଼ିଥିବା ବୁଲୁଙ୍କୁ ତୁରନ୍ତ କବାଟବନ୍ଧ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସଂଧ୍ୟାରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ତାଙ୍କ ପତ୍ନୀ, ଦୁଇପୁଅ ଓ ଜଣେ ଝିଅ ଅଛନ୍ତି। ଅତ୍ୟନ୍ତ ଗରିବ ବୁଲୁଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe