ପୁଅର ଠେଙ୍ଗାମାଡ଼ରେ ବାପା ମୃତ    

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ବାସୁପାଲିରେ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ବାସୁପାଲିର ବିଷ୍ଣୁ ସୁନା (୬୫) ଓ ତାଙ୍କ ପୁଅ ଅକ୍ଷୟ ସୁନା(୨୬) ସୁନାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାପାଙ୍କ ସହ ଯୁକ୍ତି କରି ରାଗିଯାଇଥିଲା ଅକ୍ଷୟ। ତାପରେ ଘରେ ଥିବା ଏକ ଠେଙ୍ଗାରେ ଅକ୍ଷୟ ତାଙ୍କ ବାପାଙ୍କୁ ଆକ୍ରମଣ କରିଚାଲିଥିଲା।

ତାପରେ କିଛି ନ ଜାଣିବା ଭଲି ଅକ୍ଷୟ ଚୁପ ହୋଇ ଶୋଇ ପଡ଼ିଥିଲା। ପରଦିନ ବିଷ୍ଣୁଙ୍କ ସ୍ତ୍ରୀ ତାଙ୍କ ଭଉଣୀଙ୍କ ଘରୁ ଫେରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା। ସେ ଶୁକ୍ରବାର ଦିନ ୧୨ଟା ସମୟରେ ଘରକୁ ଫେରିବା ପରେ ବିଷ୍ଣୁ ପଡ଼ି ରହିଥିବା ଦେଖିଥିଲେ। ତାପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରିଥିଲେ। ପଡ଼ାବାସୀ ଜାଣିବା ପରେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅକ୍ଷୟକୁ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe