DNA India
ନୟାଗଡ଼ : ଇଟାମାଟି ଥାନା ଅଧୀନ ପଞ୍ଚାୟତସାହି ଦୈତାରୀ ମହାନ୍ତିଙ୍କ ପୁଅ ଶିବ ପ୍ରସାଦ ମହାନ୍ତି(୫୨) ବହୁ ସମୟରେ ମଦ ତଥା ଅନ୍ୟାନ୍ୟ ନିଶା ଖାଇ ଘରେ ଝଗଡ଼ା କରେ। ଏହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହିଥାଏ। ଏଭଳି ସ୍ଥିତିରେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ଦୈତାରୀ ପୁଅର ମୁଣ୍ଡ ଓ ମୁହଁକୁ ଏକ ପଥରରେ ଛେଚି ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରୁ ଶିବପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଇଟାମାଟି ପୁଲିସ ସୂତ୍ରରୁ ଜଣାପଡ଼ିଛି।
Follow Us