ନାବାଳିକାଙ୍କୁ ମାଡ଼ମାରି ବାପପୁଅ ଗିରଫ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

କବାଟବନ୍ଧ : ଫେସବୁକରୁ ନାବାଳିକାଙ୍କ ସହ ପ୍ରେମସଂପର୍କ। ଏହାପରେ ବିବାହ କରିବ କହି ତାଙ୍କୁ ଘରକୁ ଆଣିବା ସହ ୮ ଦିନପରେ ମାଡ଼ମାରି ତଡ଼ିଦେବା ଘଟଣାରେ ବାପପୁଅଙ୍କୁ ଗିରଫ କରିଛି ଜେନାପୁର ପୁଲିସ। ଗିରଫ ଅଭିଯୁକ୍ତଦ୍ବୟ ହେଲେ ଚକ୍ରଧରପୁର ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିଆ ଗ୍ରାମର ରତ୍ନକେଶରୀ ଦାସ (୨୧) ଓ ତା’ର ବାପା ଭାଗୀରଥି କେଶରୀ ଦାସ (୫୦)।

ରତ୍ନକେଶରୀ ଦେଢ଼ମାସ ତଳେ ଟମକା ଥାନା ଫୁଲଝର ଗ୍ରାମର ଜନୈକା ୧୭ ବର୍ଷୀୟା ନାବାଳିକା ସହ ଫେସବୁକ୍‌ ମାଧ୍ୟମରେ ସଂପର୍କ ରଖିଥିଲା। ଧୀରେଧୀରେ ପ୍ରେମସଂପର୍କ ବଢ଼ାଇବା ସହ କିଛିଦିନ ପରେ ସଂପୃକ୍ତ ନାବାଳିକାକୁ ତାଙ୍କ ଘର ବଲାଙ୍ଗିଆକୁ ନେଇଆସିଥିଲା। ଘରେ ରହିବାର ୮ ଦିନ ପରେ ରତ୍ନକେଶରୀ ଓ ବାପା ଭାଗୀରଥି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରି ଘରୁ ବିଦା କରିଦେଇଥିଲେ। ଏ ସଂପର୍କରେ ସଂପୃକ୍ତ ନାବାଳିକା ଜେନାପୁର ଥାନାରେ ଉଭୟ ବାପପୁଅଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୮୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଦିନଠାରୁ ବାପପୁଅ ଫେରାର ରହିଥିଲେ। ରବିବାର ଜେନାପୁର ପୁଲିସ ଉଭୟଙ୍କୁ ଦଫା ୩୪୧, ୩୬୩, ୩୫୪, ୩୨୩, ୩୪ ଆଇପିସି ଓ ୧୨ ପୋକ୍ସୋ ଆଇନ ବଳରେ ଗିରଫ କରି କୋର୍ଟଚାଲାଣ କରିଥିବାର ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe