ଘାରୁଛି ଜୁଆର ଭୟ, ଧୋଇଗଲାଣି ମାଟିବନ୍ଧ

ଘାରୁଛି ଜୁଆର ଭୟ, ଧୋଇଗଲାଣି ମାଟିବନ୍ଧ

ବ୍ରହ୍ମଗିରି: ଚିଲିକା କୂଳବାସୀଙ୍କୁ ସୁରକ୍ଷା ଦେବା ପାଇଁ ବହୁ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିବା ମାଟିବନ୍ଧ କ୍ରମଶଃ ଜୁଆର ମାଡ଼ରେ ଧୋଇଯାଉଥିବା ଦେଖିବାକୁ ମିଳିଛି। ଏହା ଉପରେ ମୋରମ ପକାଇ ମଜବୁତ କରାଯିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ। ବାତ୍ୟା ସମୟରେ ଜୁଆରରୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ଏଠାରେ ଶହଶହ ବାଲିବସ୍ତା ପକାଇ ଜୁଆର ଅଟକାଇବାକୁ କେବଳ ଚେଷ୍ଟା କରାଯାଉଥିଲେ ମଧ୍ୟ ଅରଖକୁଦା ଗାଁର ହରଚଣ୍ଡୀସାହି ଭିତରେ ଚିଲିକା ଦେଇ ସମୁଦ୍ର ଜୁଆର ଜନବସତି ଭିତରକୁ ପଶୁଛି। ମେରାଇନ୍‌ ଥାନାକୁ ଲାଗି ରହିଥିବା ଏହି ହରଚଣ୍ଡୀ ସାହିରେ ଲୋକେ ଘରେ ଶୋଇଥିବା ବେଳେ ଅନେକ ସମୟରେ ଜୁଆର ପାଣି ମାଡି ଆସିଥିବାର ନଜୀର ରହିଛି। ଗାଁ ରାସ୍ତାରେ ଜୁଆର ପାଣି ଚାଲୁଛି।

ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ଭିତରେ ଦେଖାଯାଉଥିବା ବାତ୍ୟା ଆଶଙ୍କା ଏହି ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଥାଏ। ବଙ୍ଗୋପସାଗ‌ରରେ ଲଘୁଚାପ ସୃଷ୍ଟି ହେଲାମାତ୍ରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ନ୍ତି। ଏଭଳି ସ୍ଥିତିରେ ଜାରି ରହିଥିବା ୨୬ କିଲୋମିଟର ଲମ୍ବା ସୁରକ୍ଷା ପ୍ରାଚୀର ନିର୍ମାଣ କାମ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ସୁରକ୍ଷା ପ୍ରାଚୀର କାମ ମାତ୍ର ୩ କିମି ସରିଥିବାରୁ ଏହାକୁ ନେଇ ଅନିଶ୍ଚିତତା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe