ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ: ମହିଳା ସରପଞ୍ଚ ଆସିଲେନି, ସ୍ବାମୀମାନେ କାମ ଚଳାଇଲେ

Advertisment
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ: ମହିଳା ସରପଞ୍ଚ ଆସିଲେନି, ସ୍ବାମୀମାନେ କାମ ଚଳାଇଲେ

ଆନନ୍ଦପୁର: ଘସିପୁରା ବ୍ଲକ୍‌ ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକ ଅନୁଷ୍ଠିତ ହୋଇଛି। ଏଥି‌ରେ ଏଡିଏମ୍ ସୁଷମା ବିଲୁଙ୍ଗ, ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ବିଡିଓ ଅସିତ ମହାନ୍ତି, ତହସିଲଦାର ବାବୁଲ ପେରେଇ, ବ୍ଲକ୍‌ ଉପାଧ୍ୟକ୍ଷ ପଞ୍ଚାନନ ବେହେରାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଅନେକ ପଞ୍ଚାୟତର ମହିଳା ସରପଞ୍ଚମାନେ ଯୋଗଦେଇ ନ ଥିବାବେଳେ ସେମାନଙ୍କ ସ୍ବାମୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏପରିକି ଜଣେ ବ୍ୟକ୍ତି ନିଜକୁ ସରପଞ୍ଚଙ୍କ ସ୍ବାମୀଭାବେ ପରିଚୟ ଦେଇଥିଲେ।

ଏଡିଏମ୍ ଏହାକୁ ନାପସନ୍ଦ କରିଥିଲେ। ମହିଳା ସରପଞ୍ଚଙ୍କ ସ୍ବାମୀମାନେ କୌଣସି ପରିସ୍ଥିତିରେ ସରକାରୀ ବୈଠକରେ ଉପସ୍ଥିତ ରହିବାର ନିୟମ ନଥିବାବେଳେ କେଉଁ ପରିସ୍ଥିତିରେ ସେମାନଙ୍କୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଘସିପୁରା ବ୍ଲକ୍‌ରେ ୨୫ ପଞ୍ଚାୟତ ମଧ୍ୟରୁ ଅଧା ମହିଳା ସରପଞ୍ଚ ରହିଥିବା ବେଳେ ଜଣେମାତ୍ର ମହିଳା ସରପଞ୍ଚ ବୈଠକରେ ଉପସ୍ଥିତ ଥିଲେ। ସେହିପରି କେତେକ ପଞ୍ଚାୟତରେ ରାଜନୈତିକ ଉଦ୍ଦେଶ୍ୟ ରଖି ପିଡିଏସ୍ ପରିଚାଳନା କ୍ଷମତା ସରପଞ୍ଚଙ୍କୁ ପ୍ରଦାନ କରାଯାଉ ନଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ନିର୍ବାଚିତ ପ୍ରତିନିଧିମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe