ପୌର ନିର୍ବାଚନରେ ସଫଳତା ପାଇଁ ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି ଦଳୀୟ କର୍ମୀପୌର ନିର୍ବାଚନରେ ସଫଳତା ପାଇଁ ନବୀନ ନିବାସରେ ଶନିବାର ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି ଦଳୀୟ କର୍ମୀ
ଭୁବନେଶ୍ବର : ପୌର ନିର୍ବାଚନରେ ବିଜେପି ୧୬ଟି ଏନ୍ଏସି ଓ ପୌରପାଳିକାରେ ଅଧ୍ୟକ୍ଷ ପଦ ହାତେଇଛି। ଏହାସହ ୨୮୮ଜଣ କାଉନସିଲର ଏବଂ ତିନିଟି ମହାନଗର ନିଗମରେ ୨୪ଜଣ କର୍ପୋରେଟର ବିଜେପି ପ୍ରାର୍ଥୀ ଜିତିଛନ୍ତି। ଏହାପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପି ପ୍ରତି ଆସ୍ଥା ପ୍ରକଟ କରିଥିବା ରାଜ୍ୟର ସମସ୍ତ ସହରାଞ୍ଚଳବାସୀଙ୍କୁ ଧନ୍ୟବାଦ। ରାଜ୍ୟର ସହରାଞ୍ଚଳର ବିକାଶ ପାଇଁ ବିଜେପି ଲଢ଼େଇ ଜାରି ରଖିବ।
Follow Us