ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ: ବେଦି ନିର୍ମାଣ ଆରମ୍ଭ

Advertisment

ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି। ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି।

ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି। ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି।

ffsshfsfxvb

ପୁରୀ: ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି। ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି। ତିନିରଥର ବେଦି ସିଂହାସନ ପ୍ରସ୍ତୁତି ପାଇଁ ମହାରଣା ସେବକ ଓ ଭୋଇ ସେବକମାନଙ୍କ ସହାୟତାରେ ୫ଟି ୨୦ ଫୁଟିଆ ଜଗତ ପୃଷ୍ଠ ସେଣିରେ କଣ୍ଟା ବାଡ଼ିଆ ହୋଇଥିଲା। ବେଦି ପରିସର ବୃଦ୍ଧି ପାଇଁ ଆଜି ସେଣି ପତନରେ ବେଦୀ ଉଭୟ ପାର୍ଶ୍ୱରେ ୩ଟି ଲେଖାଏଁ ୬ଟି ବାହୁଟ ଫାଳିଆ ସଂଯୁକ୍ତ କରାଯାଇଛି। ବେଦିରେ କେବଳ ପଟା ପଡ଼ିବା ବାକିଅଛି। ସେପଟେ ତନିରଥର ଦୁଆର ବେଢ଼ା ନିର୍ମାଣ ଜାରି ରହିଛି। ତିନିରଥର ୧୨ଟି ଦୁଆରବେଢ଼ାରୁ ଆଜି ୩ରଥ ମହାରଣା ସେବକମାନେ ଗୋଟିଏ ଗୋଟିଏ ଦୁଆର ଦେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରସ୍ତୁତ ରଖିଛନ୍ତି। 

ଅନ୍ୟପଟେ ଆଜି ମହାରଣା ସେବକମାନେ ତିନିରଥ ପ୍ରଭା ଫ୍ରେମ୍‌ ପ୍ରସ୍ତୁତି ପାଇଁ ପଟା ପକାଇଛନ୍ତି।  ସେହିଭଳି ରୂପକାର ସେବକମାନେ ତିନିରଥର ବାକି ନାଟ ଗୋଗରେ ରୂପ ଖୋଦେଇ ପଲିସ୍‌ କରୁଛନ୍ତି। ଅଳଙ୍କାର ପକା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଏଥିସହ ତିନି ରଥରେ ଲାଗିଥିବା ପଟାଗୁଜଗୁଡ଼ିକରେ ନର ବିରଳ, ଗଜ ବିରଳ ଓ ସିଂହ ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାରମାନେ ତିନି ରଥର ପାର୍ଶ୍ୱ ଦେବଦେବୀମାନଙ୍କ ପ୍ରତିମାରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଓଲଟ ଶୁଆ ଓ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ, ତିନି ରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳ ବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥର ଜଗତ ପୃଷ୍ଠ କଣ୍ଟା ଶେଷ ପରେ ଦୁଆର ବେଢ଼ା ପାଇଁ ଚଉରସ ଓ ଅଗପତେଳୀ କଣ୍ଟା, କନକ ମୁଣ୍ଡି ପାଇଁ କଣ୍ଡୁଚି ନାଟ କଣ୍ଟା ନିର୍ମାଣ କରୁଛନ୍ତି। ଦରଜୀ ସେବକମାନେ ବତା କନାରେ ଲେସ୍‌ ଫିଟିଂ ସହ ଦୁଆର ବେଢ଼ା କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଶାଳୀରେ ଜରି ଲେସ୍‌ ସହ ଫୁଲ ପକା ସିଲେଇ କାର୍ଯ୍ୟ ମଧ୍ୟ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe