ମେ’ ୫ରେ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ

Advertisment
ମେ’ ୫ରେ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ

Holidify

ପୁରୀ: ଜୁଲାଇ ୧ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏହି ଉପଲକ୍ଷେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍‌ଜନିତ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ଆସନ୍ତା ମେ’ ୫ ତାରିଖରେ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହେବ।ସୂଚନା ଅନୁସାରେ, ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ଏ ଉପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅନ୍ୟ ସମସ୍ତ କାର୍ଯ୍ୟାଳୟକୁ ଉପସ୍ଥିତ ରହିବାକୁ ଆଜି ଚିଠି କରାଯାଇଛି। ସେପଟେ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଦ୍ୟ ପର୍ବ ମେ’ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅନୁଷ୍ଠିତ ହେବ। ଏହିଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ସମ୍ମୁଖ ଅସ୍ଥାୟୀ ଖଳାକୁ ବିଜେ ପରେ ଦେଉଳ ପୁରୋହିତ ଓ ଶ୍ରୀନଅର ରାଜଗୁରୁଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ରଥଖଳାରେ ଲୁହାଭାରା ବାନ୍ଧି ଚାଞ୍ଚ ପଡ଼ିଛି। ସେପଟେ ଏହିଦିନ ପବିତ୍ର ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏହି ଉପଲକ୍ଷେ ପ୍ରସ୍ତୁତି ବି ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe