ରେଳ ଯୋଗେ ଜୁନାଗଡ଼ରୁ ବାଂଲାଦେଶ ଗଲା ପ୍ରଥମ କପା ର‍୍ୟାକ୍‌ 

Advertisment
ରେଳ ଯୋଗେ ଜୁନାଗଡ଼ରୁ ବାଂଲାଦେଶ ଗଲା ପ୍ରଥମ କପା ର‍୍ୟାକ୍‌ 

ଜୁନାଗଡ଼/ସମ୍ବଲପୁର : କପା ଉତ୍ପାଦନରେ ସାରା ରାଜ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଥମ। କଳାହାଣ୍ଡି କପାର ଗୁଣବତ୍ତା ଏସିଆ ମହାଦେଶରେ ସବୁଠାରୁ ଉତ୍କୃଷ୍ଟ। ପୂର୍ବରୁ କଳାହାଣ୍ଡିର କପା ଦେଶ ବିଦେଶକୁ ରପ୍ତାନୀ ହୋଇ ପ୍ରଶଂସିତ ହୋଇଛି। କିନ୍ତୁ ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଟ୍ରେନ୍‌ ଯୋଗେ କପା ଭର୍ତ୍ତି ର‍୍ୟାକ୍‌ ବିଦେଶକୁ ରପ୍ତାନୀ କରାଯାଇଛି। ବୁଧବାର ରେଳ ଯୋଗେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଷ୍ଟେସନରୁ ବାଂଲାଦେଶ ଅଭିମୁଖେ ପ୍ରଥମ କପା ର‍୍ୟାକ୍‌ ପଠା ଯାଇଛି। ରେଳ ବିଭାଗର ଏହି ଉଦ୍ୟମ ଦ୍ବାରା କଳାହାଣ୍ଡି କପା ଚାଷୀଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି।

publive-image

ସମ୍ବଲପୁର ରେଳ ମଣ୍ଡଳର ପ୍ରୟାସ ଫଳରେ ବୁଧବାର କଳାହାଣ୍ଡିର କପା ସିଧାସଳଖ ରେଳ ମାର୍ଗରେ ବାଂଲାଦେଶକୁ ଯାଇଛି। ଏହାଦ୍ବାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଜୁନାଗଡ଼ ରୋଡ଼ ଷ୍ଟେସନରୁ ବାଂଲାଦେଶର ବେନାପୋଲ ଷ୍ଟେସନକୁ ୪୨ ଟି ୱାଗନ୍‌ରେ ପ୍ରାୟ ୨୪୭୧ ଟନ୍‌ କପା ବୋଝେଇ ହୋଇଯାଇଛି। କୃଷିଜାତ ଉତ୍ପାଦକୁ ପଡ଼ୋଶୀ ଦେଶକୁ ପଠାଇବା ପାଇଁ ରେଳ ହେଉଛି ସବୁଠୁ ସୁରକ୍ଷିତ ଓ ସମୟାନୁବର୍ତ୍ତୀ ମାଧ୍ୟମ। କମ୍‌ ଖର୍ଚ୍ଚରେ ତ୍ବରିତ୍‌ ପରିବହନ ଯୋଗୁଁ ରପ୍ତାନୀକାରୀ ମାନେ ଲାଭବାନ ହେବେ ବୋଲି ରେଳବାଇ ପକ୍ଷରୁ କହା ଯାଇଛି।

ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବାଂଲାଦେଶକୁ ଯାଉଥିବା ଦୂରଗାମୀ ଟ୍ରାଫିକ୍‌ର ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରେଳବାଇ ଦ୍ବାରା ବିଜନେସ୍‌ ଡେଭଲପମେଣ୍ଟ ୟୁନିଟ୍‌ ସ୍ଥାପନ ପରେ ପରିବହନର ସବୁଠାରୁ ସୁରକ୍ଷିତ ଏବଂ ଶସ୍ତା ଦିଗ ପାଇଁ ରେଳବାଇ ଦ୍ବାରା ଆପଣେଇ ଥିବା ନୀତି, ପ୍ରୋତ୍ସାହନ ଏବଂ ମାଲ ପରିବହନ ପାଇଁ ଶ୍ରମିକଙ୍କ ସହିତ ନିୟମିତ ଯୋଗାଯୋଗ କରାଯିବା ପାଇଁ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe