ରାଜ୍ୟରେ ଚତୁର୍ଥ ଲହରର ପ୍ରଥମ କୋଭିଡ ମୃତ୍ୟୁ

Advertisment

୫୦୯ ଆକ୍ରାନ୍ତ ଚିହ୍ନଟ, ୨୬ ଜିଲ୍ଲାକୁ ଛୁଇଁଲାଣି ସଂକ୍ରମଣ

୫୦୯ ଆକ୍ରାନ୍ତ ଚିହ୍ନଟ, ୨୬ ଜିଲ୍ଲାକୁ ଛୁଇଁଲାଣି ସଂକ୍ରମଣ

କୋଭିଡ ପରବର୍ତୀ ସ୍ବାସ୍ଥ୍ୟ ସମସ୍ୟାର ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି

Moneycontrol

ଭୁବନେଶ୍ବର : ରାଜ୍ୟରେ କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ମଙ୍ଗଳବାର ଦିନ ପ୍ରଥମ କରୋନା ମୃତ୍ୟୁ ଘୋଷଣା ହୋଇଛି। ମୃତକ ଜଣକ ହେଉଛନ୍ତି ଭୁବନେଶ୍ବରର; ବୟସ ୭୮ବର୍ଷ। ତାଙ୍କର ବହୁ ଜଟିଳ ରୋଗ ରହିଥିଲା।

କ୍ରମାଗତ ୪ର୍ଥ ଦିନ ଲାଗି ରାଜ୍ୟରେ ଦୈନିକ ସଂକ୍ରମଣ ୫ଶହ ଉପରେ ରହିଛି। ପୂର୍ବଦିନ ତୁଳନାରେ ଗତ ୨୪ଘଣ୍ଟାରେ ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି। ସପ୍ତାହ ତଳେ ୨୦ ଜିଲ୍ଲାରୁ ଦୈନିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିଲା, ଏବେ ତାହା ୨୬ ଜିଲ୍ଲାକୁ ଛୁଇଁଲାଣି। ଖୋର୍ଧା, କଟକ, ପୁରୀ ଓ ସୁନ୍ଦରଗଡ଼ରୁ ରାଜ୍ୟର ୭୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି, ‌ମାତ୍ର କମ୍ ସଂଖ୍ୟକ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତି ହେଉଛନ୍ତି। ଦୁଇଦିନ ତଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୮ ରହିଥିଲା। ଅପରପକ୍ଷରେ ରାଜ୍ୟରେ ଖୁବଶୀଘ୍ର ସଂକ୍ରମଣ ତଳମୁହାଁ ହେବ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିସାରିଛନ୍ତି। ରାଜ୍ୟରେ ଏବେ କରୋନାର କେବଳ ଓମିକ୍ରନ୍ ପ୍ରଜାତି ଚିହ୍ନଟ ହୋଇଛନ୍ତି। ଡେଲ୍‌ଟା ଭଳି କୌଣସି ନୂଆ ଭୟଙ୍କର ପ୍ରଜାତି ଚିହ୍ନଟ ହୋଇ ନ ଥିବାରୁ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଆଣିଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରୁ ସର୍ବାଧିକ ୨୦୦ ବାହାରିଛନ୍ତି। କଟକ ୧୧୦, ସୁନ୍ଦରଗଡ଼ ୪୯, ପୁରୀ ୧୪, ଯାଜପୁର ୧୦ ଓ ଷ୍ଟେଟ୍‌ ପୁଲରୁ ୪୧ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୯୪,୫୮୫କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୪୦୪ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୩୧୩୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୨୬୩ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୯୧୨୭କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe