ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ, ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ

Advertisment
ଟିକାଉତ୍ସବର ପ୍ରଥମ ଦିନରେ ରାଜ୍ୟରେ ଲକ୍ଷେ ତଳକୁ ଖସିଲା ଟିକାକରଣ, ଟିକା ବଣ୍ଟନରେ ପାତର ଅନ୍ତର ଅଭିଯୋଗ କଲେ ମନ୍ତ୍ରୀ

ଭୁବନେଶ୍ବର: ଟିକା ଉତ୍ସବର ପ୍ରଥମ ଦିନରେ ରାଜ୍ୟରେ କମିଛି ଟିକାକରଣ । ରାଜ୍ୟରେ ଟିକା ଅଭାବ ଯୋଗୁଁ ଟିକାକରଣ ଏକ ଲକ୍ଷ ତଳକୁ ଖସି ଆସିଛି । ରାଜ୍ୟର ୫୯୩ ଟିକାକରଣ କେନ୍ଦ୍ରରେ ଆଜି ୮୧ ହଜାର ୧୬୯ ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇଛି । ଦୈନିକ ଦୁଇ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଟିକା ଉତ୍ସବର ପ୍ରଥମ ଦିନରେ ଟିକାକରଣ ଲକ୍ଷେ ତଳକୁ ଖସିଯାଇଛି । ଆଜି ଟିକାକରଣ ପରେ ରାଜ୍ୟରେ ୧ଲକ୍ଷ ୫୯ ହଜାର ୪୩୯ ଡୋଜ କୋଭିସିଲଡ ଟିକା ଓ ୭୧ ହଜାର ୧୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ତେବେ କୋଭିସିଲଡ ଟିକାର ଅଭାବ ଯୋଗୁଁ ଟିକାକରଣର ହାର ଟିକା ଉତ୍ସବର ପ୍ରଥମ ଦିନରେ କମିଯାଇଛି ।

ଟିକା ଯୋଗାଣରେ ପାତରଅନ୍ତର ହେଉଥିବା ଅଭିଯୋଗ ଆଣିଲେ ମନ୍ତ୍ରୀ । ଟିକାକରଣରେ ରାଜ୍ୟ ଅଗ୍ରଣୀ ଭୁମିକା ଗ୍ରହଣ କରୁଥିବା ବେଳେ, ଚାହିଦା ପରିମାଣର ଟିକା ଦେଉନି କେନ୍ଦ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାରଠାରୁ ଦେଶରେ ପାଳନ ହେଉଛି କରୋନା ଟିକା ମହୋତ୍ସବ । ଲୋକଙ୍କୁ କୋଭିଡ ଟିକା ନେଇ ସଚେତନ କରିବା, ଟିକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି । କିନ୍ତୁ ଚାହିଦା ଅନୁସାରେ ଓଡିଶାକୁ ଟିକା ଯୋଗାଣ କମ ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe