୧୮ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

୧୮ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

The New Indian Express

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆସନ୍ତା ୧୮ ତାରିଖ ଦିନ ୧୧ଟାରେ ହେବ ବୋଲି ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ।

ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଳମ୍ବନ କରିବା ଆବଶ୍ୟକତା ରହିଛି। ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୪୧ ଫୁଟ୍ ରହିଥିବା ବେ‌ଳେ ଜଳଭଣ୍ଡାରକୁ ୧ ଲକ୍ଷ ୯୨ ହଜାର ୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହିପରି ୩୫ ହଜାର ୬୧୨ କ୍ୟୁସେକ ବିଭିନ୍ନ କେନାଲ ଓ ପାୱାର ଚାନେଲ ଦେଇ ନିଷ୍କାସିତ ହେଉଥିଲା। ଗତ ୨୦୨୧ ମସିହାରେ ଜୁଲାଇ ୧୧ ତାରିଖ ଦିନ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା। ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା। ଆସନ୍ତା ୧୮ ତାରିଖ ଦିନ ଜଳଭଣ୍ଡାର ଜଳସ୍ତର ୬୧୫ ଫୁଟ୍‌ରେ ପହଂଚିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe