ଓଡ଼ିଶାର ପ୍ରଥମ, ଏସିଆର ଦ୍ବିତୀୟ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ମାନ୍ୟତା ପାଇଥିଲା: ଶୁଖିଯାଉଛି କୁରୁଡ଼କୋଟ ଜଳପ୍ରପାତ

ଶିଳ୍ପବିହୀନ ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲା। ଏଠାରେ ରହିଛି ପ୍ରକୃତିର ଅନବଦ୍ୟ ଉପହାର ‘କୁରୁଡ଼କୋଟ’ ଜଳପ୍ରପାତ। ଏହି ପ୍ରପାତ କେବଳ ଦେବଗଡ଼ ଜିଲ୍ଲା ନୁହେଁ, ବରଂ ସମଗ୍ର ଭାରତବର୍ଷର ଏକ ଐତିହାସକ ସ୍ଥାନ ଭାବେ ପରିଚିତ ଥିଲା।

fhhffhfh

ଦେବଗଡ଼: ଶିଳ୍ପବିହୀନ ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲା। ଏଠାରେ ରହିଛି ପ୍ରକୃତିର ଅନବଦ୍ୟ ଉପହାର ‘କୁରୁଡ଼କୋଟ’ ଜଳପ୍ରପାତ। ଏହି ପ୍ରପାତ କେବଳ ଦେବଗଡ଼ ଜିଲ୍ଲା ନୁହେଁ, ବରଂ ସମଗ୍ର ଭାରତବର୍ଷର ଏକ ଐତିହାସକ ସ୍ଥାନ ଭାବେ ପରିଚିତ ଥିଲା। ରାଜରାଜୁଡ଼ା ସମୟରେ ଏହି ଜଳପ୍ରପାତର ପାଣିକୁ ସଂରକ୍ଷଣ କରି ପ୍ରଥମେ ଜଳବିଦ୍ୟୁତ୍‌ ଉତ୍ପାଦନ କରାଯାଇଥିଲା। କିନ୍ତୁ ପ୍ରପାତର ଯେତିକି ବିକାଶ ହେବା କଥା ତାହା ହୋଇ ପାରିନାହିଁ। ଘଞ୍ଚ ଅରଣ୍ୟ ଭିତରେ ଏକ ଅପୂର୍ବ ଶୋଭାରାଜି ମଧ୍ୟରେ ଜଳପ୍ରପାତର ଅବସ୍ଥିତି। ବର୍ତ୍ତମାନ ପ୍ରପାତର ପାଦଦେଶର ଥିବା ସଂରକ୍ଷିତ ଜଙ୍ଗଲ ଧୀରେ ଧୀରେ କମିବାକୁ ବସିଲାଣି। ଏପରିକି ଜଙ୍ଗଲରୁ ଅବାଧ ବୃକ୍ଷକଟା ଓ ଜଙ୍ଗଲ ପୋଡ଼ି ଯୋଗୁଁ ଜଳପ୍ରପାତର ଧାର ଦିନକୁ ଦିନ କମିବାରେ ଲାଗିଛି। ଏହାକୁ ନେଇ ପରିବେଶପ୍ରେମୀ, ବୁଦ୍ଧିଜୀବୀ ଚିନ୍ତିତ। 
ପ୍ରକାଶଥାଉକି, ବାମଣ୍ଡା ଗଡ଼ଜାତ ତଥା ବର୍ତ୍ତମାନର ଦେବଗଡ଼ ସହରର ଉତ୍ତର-ପଶ୍ଚିମ ଦିଗରେ ରହିଛି କୁରୁଡ଼କୋଟ ଜଳପ୍ରପାତ।

୧୯୧୫-୧୬ ମସିହାରେ ତତ୍କାଳୀନ ବାମଣ୍ଡା ରାଜା ତଥା ବିଜ୍ଞାନପ୍ରେମୀ ସଚ୍ଚିଦାନନ୍ଦ ତ୍ରିଭୂବନ ଦେବ ନିଜର ବୈଷୟିକ ଜ୍ଞାନକୌଶଳ ବଳରେ ରାଜନଅରରେ ବିଦ୍ୟୁତ୍‌ ବଲ୍‌ବ ଜାଳିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ କୁରୁଡ଼କୋଟ ଜଳପ୍ରପାତର ଜଳକୁ ସଂରକ୍ଷଣ କରି ଟର୍‌ବାଇନ୍‌ ସାହାଯ୍ୟରେ ଜଳ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିଥିଲେ। ଯାହା ଏସିଆ ମହାଦେଶର ଦ୍ୱିତୀୟ ତଥା ଆମ ରାଜ୍ୟର ସର୍ବପ୍ରଥମ ଜଳବିଦ୍ୟୁତ୍‌ ପ୍ରକଳ୍ପ ଭାବେ ପରିଚିତ। ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍‌ରେ ବାମଣ୍ଡା ରାଜଧାନୀ ତଥା ଦେବଗଡ଼ ସହର ଆଲୋକିତ ହେଉଥିଲା। ମାତ୍ର ରାଜତନ୍ତ୍ର ସରିଲା ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଥିଲା। ଏହାର ଭଗ୍ନାବଶେଷ ଆଜି ବି ସେଠାରେ ଦେଖିବାକୁ ମିଳେ। ଉକ୍ତ ପ୍ରକଳ୍ପକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଓଏଚ୍‌ପିସି ପକ୍ଷରୁ ଏକ ପ୍ରତିନିଧି ଦଳ ସର୍ଭେ କରିଥିଲେ ହେଁ ତାହା କେବଳ ସର୍ଭେରେ ରହିଯାଇଛି। ଜଳପ୍ରପାତ ପାଣିରୁ ଚାଷ ପାଇଁ ଜଳସେଚନ ସହ ସହରବାସୀଙ୍କ ପିଇବା ପାଣି ଭାବେ ବ୍ୟବହାର କରାଯାଉଛି। ଜଳପ୍ରପାତର ପୁନରୁଦ୍ଧାର ସହ ବର୍ଷା ଦିନେ ପାଣିକୁ ସଂଗୃହୀତ କରି ରଖାଗଲେ କିଛିକାଂଶରେ କୁରୁଡ଼କୋଟ ଜଳପ୍ରପାତର ଜଳଧାରା ବୃଦ୍ଧି ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe