ଭୁବନେଶ୍ବର: ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ର ପ୍ରଥମ ଟିକେଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସଂପାଦକ ସଞ୍ଜୟ ବେହେରା ମହାପ୍ରଭୁଙ୍କ କରକମଳରେ ମ୍ୟାଚ୍ ଟିକେଟ ଚଢ଼ାଇ ଏହାର ସଫଳ ଆୟୋଜନ ଲାଗି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଦୌଡ଼କୁଦ ସଂଘର ସଂପାଦକ ରବିଶଙ୍କର ପ୍ରତିହାରୀ ଓ ବହୁ ଜଗନ୍ନାଥପ୍ରେମୀ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ଟିକେଟ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବାରବାଟୀ ଦିନିକିଆର ଗ୍ୟାଲେରି ଟିକେଟ କିଣିଛନ୍ତି। ଏହି ଅବସରରେ ଓସିଏର କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନ୍ସିଲ୍ ସଦସ୍ୟ ପ୍ରତାପ କୁମାର ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସାଧାରଣ ସଂପାଦକ ଅଭିଜିତ ପାଲ୍, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Follow Us