ପଟି ଦିଅଁରେ ଆଦ୍ୟ ସ୍ପର୍ଶ: ନୂଆ ବସ୍ତ୍ରରେ ଖଡ଼ି ଅଠା ଲେପନ

ଅଣସର ଘରେ ଅସୁସ୍ଥ ଶ୍ରୀବିଗ୍ରହ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଅଣସର ତାଟି ବନ୍ଧା ହେବା ପରେ ୧୪ ଦିନ ଚାଲିବ ଅଣସର ନୀତି। ଏହି ପରିପ୍ରେକ୍ଷୀରେ ପଟି ଦିଅଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାରମ୍ପରିକ ବିଧି ମୁତାବକ, ଶୀତଳ ଷଷ୍ଠୀରେ ପଟି ଦିଅଁରେ ଆଦ୍ୟ ସ୍ପର୍ଶ ଦିଆଯାଇଛି।

sfsfscv

ପୁରୀ: ଅଣସର ଘରେ ଅସୁସ୍ଥ ଶ୍ରୀବିଗ୍ରହ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଅଣସର ତାଟି ବନ୍ଧା ହେବା ପରେ ୧୪ ଦିନ ଚାଲିବ ଅଣସର ନୀତି। ଏହି ପରିପ୍ରେକ୍ଷୀରେ ପଟି ଦିଅଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାରମ୍ପରିକ ବିଧି ମୁତାବକ, ଶୀତଳ ଷଷ୍ଠୀରେ ପଟି ଦିଅଁରେ ଆଦ୍ୟ ସ୍ପର୍ଶ ଦିଆଯାଇଛି। ନୂଆ ବସ୍ତ୍ରରେ ଖଡ଼ି ଓ ଅଠା ଲେପନ କରାଯାଇଛି। ପଟି ଦିଅଁ ପ୍ରସ୍ତୁତି ଅବସରରେ ଆଜି ତେନ୍ତୁଳି ମଞ୍ଜିରେ ଅଠା ପ୍ରସ୍ତୁତ କରାଯାଇଥିଲା। ୮ଫୁଟ ଲମ୍ବ ଓ ୬ ଫୁଟ ଓସାରର ନୂଆ କପଡ଼ା ଉପରେ ତେନ୍ତୁଳି ଅଠା ମଖା ଯିବା ପରେ ଖଡ଼ି ଗୁଣ୍ଡ ପକାଯାଇଛି। ପରେ ଏହାକୁ ବରଡ଼ା ଯାଇ ପ୍ରାକୃତିକ ରଙ୍ଗରେ ପଟି ଦିଅଁ ଅଙ୍କନ ଆରମ୍ଭ ହେବ। ପଟି ଦିଅଁ ପ୍ରସ୍ତୁତି ଆରମ୍ଭ ପୂର୍ବରୁ ଘର ଦ୍ବାରା ଲିପା ପୋଚ୍ଛା ହୋଇ ପରିବାର ବର୍ଗ ହବିଷାନ୍ନ ସେବନ କରିଛନ୍ତି।

ଜଗନ୍ନାଥଙ୍କ ପଟି ଦିଅଁ ପ୍ରସ୍ତୁତିରେ ରିତୁରାଜ ମହାରଣା, ଦେବଦତ୍ତ ମହାରଣା, ସୋନୁ ମହାରଣା ଓ ପବନ କୁମାର ମହାରଣା ନିୟୋଜିତ ହୋଇଛନ୍ତି। ମହାପ୍ରଭୁଙ୍କ ଚିତ୍ରକର ସେବକ ରିତୁରାଜ ମହାରଣାଙ୍କ କହିବା ମୁତାବକ, ଆଜି ପରମ୍ପରା ମୁତାବକ ପଟି ଦିଅଁ ପ୍ରସ୍ତୁତି ଆରମ୍ଭ କରିଛୁ। ପଟିରେ ଅଠା ଓ ଖଡ଼ି ଶୁଖିବା ପରେ ପଥର ବରଡ଼ା ତଥା ପଥର ଘଷାଯିବ। ପଟିକୁ ଖରାରେ ଶୁଖାଯାଇ ଚିତ୍ର ପ୍ରସ୍ତୁତ କରାଯିବ। ଏଥିରେ ୬ ପ୍ରକାରର ପ୍ରାକୃତିକ ରଙ୍ଗ ବ୍ୟବହାର କରାଯିବ। ହରତାଳରୁ ପିଉଳି, ଶଙ୍ଖରୁ ଧଳା, ସିପରୁ ନାଲି, ଦୀପରୁ କଳା, ଖଣ୍ଡନେଳି ଓ ହେଙ୍ଗୁଳ ଆଦି ରଙ୍ଗ ବ୍ୟବହାର କରାଯିବ। କଳା, ନାଲି, ଧଳା, ହଳଦିଆ, ସବୁଜ ଓ ନୀଳ ରଙ୍ଗରେ ପଟି ଦିଅଁ ପ୍ରସ୍ତୁତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe