ପ୍ରଥମ ସ୍ତ୍ରୀକୁ ଘରୁ ତଡ଼ି କଲେ ଦ୍ବିତୀୟ ବିବାହ

Advertisment
ପ୍ରଥମ ସ୍ତ୍ରୀକୁ ଘରୁ ତଡ଼ି କଲେ ଦ୍ବିତୀୟ ବିବାହ

public.app

ସମ୍ବଲପୁର: ଧମା ଥାନା ବରଗାଁର ଦୀପିକା ପେରା ବରଗଡ଼ ଭେଡେନ୍‌ ଥାନା ଭେଜିପାଲିର ଜିତେନ୍ଦ୍ରୀୟ ପେରାଙ୍କୁ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୨ଟି ପିଲା ମଧ୍ୟ ଅଛି। ତେବେ ଜିତେନ୍ଦ୍ରୀୟ ମଦ ପିଇ ତାଙ୍କୁ ସବୁବେଳେ ମାରପିଟ୍‌ କରୁଥିଲେ। ପରେ ତାଙ୍କୁ ଘରୁ ବାହାର କରିବା ସହ  ଶ୍ବଶୁର ଆଣି ତାଙ୍କୁ ବାପ ଘରେ ଛାଡ଼ିଦେଲେ। କିଛି ଦିନ ପୂର୍ବରୁ ସେ ଶୁଣିବାକୁ ପାଇଲେ ଯେ ଜିତେନ୍ଦ୍ରୀୟ ଆଉ ଜଣଙ୍କୁ ବିବାହ କରିସାରିଲେଣି।

ଏହାପରେ କିଛି ମହିଳାଙ୍କ ସହ ସେ ତାଙ୍କ ଶ୍ବଶୁର ଘରକୁ ଯାଇଥିବା ବେଳେ ତାଙ୍କ ସ୍ବାମୀ, ଶ୍ବଶୁର ମିଶି ଗାଳିଗୁଲଜ କରିବା ସହ ଏଠାକୁ ଆସିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଲେ। ଏହାପରେ ଦୀପିକା ମଙ୍ଗଳବାର ଧମା ଥାନାରେ ତାଙ୍କ ସ୍ବାମୀ, ଶ୍ବଶୁର ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe