ଜୁଆର ମାଡ଼ରେ ବୁଡ଼ିଗଲା ମାଛଧରା ଡଙ୍ଗା, ୮ ମତ୍ସ୍ୟଜୀବୀ ଉଦ୍ଧାର

Advertisment

ଉଚ୍ଚ ଜୁଆର ପାଇଁ ସମୁଦ୍ରରେ ଏକ ମାଛଧରା ଡଙ୍ଗା ବୁଡ଼ିଯାଇଥିବା ବେଳେ ୮ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଉଚ୍ଚ ଜୁଆର ପାଇଁ ସମୁଦ୍ରରେ ଏକ ମାଛଧରା ଡଙ୍ଗା ବୁଡ଼ିଯାଇଥିବା ବେଳେ ୮ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

dgjjgdgjdgj

ଭୋଗରାଇ/ଚନ୍ଦନେଶ୍ୱର/ଫୁଲବଣୀ: ଉଚ୍ଚ ଜୁଆର ପାଇଁ ସମୁଦ୍ରରେ ଏକ ମାଛଧରା ଡଙ୍ଗା ବୁଡ଼ିଯାଇଥିବା ବେଳେ ୮ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ଉଦୟପୁର ବେଳାଭୂଇଁରେ ଥିବା ୩ଟି ଡଙ୍ଗା ସହ ୧୫ରୁ ଅଧିକ ଦୋକାନ ଘର ଭାଙ୍ଗିଯାଇଛି।

ପୂର୍ଣ୍ଣିମା ପାଇଁ ଦୁଇଦିନ ହେଲା ସମୁଦ୍ରରେ ଉଚ୍ଚ ଜୁଆର ଆସୁଛି। ଗତକାଲି ଅପରାହ୍ଣରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ସାହାବାଜିପୁର ଗ୍ରାମର ଦୟାନିଧି ବେହେରାଙ୍କ ‘ରାଜଲକ୍ଷ୍ମୀ’ ନାମକ ଏକ ଡଙ୍ଗାରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ ୮ ଜଣ ମତ୍ସ୍ୟଜୀବୀ। ସେମାନେ ହେଲେ ସାହାବାଜିପୁର ଗ୍ରାମର ଦୀନବନ୍ଧୁ ବେହେରା, ଦତ୍ତପୁର ଗ୍ରାମର ସମର ପଟ୍ଟାୟତ ଓ ବୁଲା ବେହେରା, ସାହାପୁର ଗ୍ରାମର ଗାଲୁ ପଟ୍ଟାୟତ, ଦତ୍ତପୁର ଗ୍ରାମର ସୋରେନ ମୁର୍ମୁ, ଉଦୟପୁର ଗ୍ରାମର ବାପୁନା ପଟ୍ଟାୟତ, ଅଜୁ ପଟ୍ଟାୟତ, ଶଙ୍କର ପାତ୍ର ଓ ଲାଲଟୁ ପଟ୍ଟାୟତ।

୨ ଗୁରୁତର ମତ୍ସ୍ୟଜୀବୀ ଡାକ୍ତରଖାନାରେ ଭର୍ତ୍ତି
ଡଙ୍ଗା ସହ ଭାସିଗଲା ୩ କୁଇଣ୍ଟାଲ ଇଲିସି
ବେଳାଭୂଇଁରେ ୩ ଡଙ୍ଗା, ୧୫ ଦୋକାନ ବି ଭାଙ୍ଗିଗଲା

ମାଛ ଧରି କୂଳକୁ ଫେରୁଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ବେଳେ ତାଳସାରୀ ସାମୁଦ୍ରିକ ଥାନା ଅଧୀନ ଉଦୟପୁର ବେଳାଭୂମିଠାରୁ ପ୍ରାୟ ୩ କିମି ଦୂରରେ ପ୍ରବଳ ଜୁଆର ମାଡ଼ ଯୋଗୁ ଡଙ୍ଗାଟି ସମୁଦ୍ରରେ ବୁଡ଼ିଯାଇଥିଲା। ପ୍ରାୟ ୩ କୁଇଣ୍ଟାଲ୍‌ ଇଲିସି ମାଛ, ଜାଲ ସହ ଡଙ୍ଗାଟି ଭାସିଯାଇଥିଲା। ଏନେଇ ଖବର ପାଇ ସାହାବାଜିପୁର ଗ୍ରାମର ସୁଧୀର ମଲ୍ଲିକ ଓ ଅନ୍ୟମାନେ ଅନ୍ୟଏକ ଡଙ୍ଗାରେ ଯାଇ ୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟ୍ୟରୁ ଅଜୁ ପଟ୍ଟାୟତ ଓ ବାପୁନା ପଟ୍ଟାୟତ ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe