ବିଜେପି ଯୁବନେତାଙ୍କ ନାମରେ ଏତଲା: ଯୁବକଙ୍କୁ ନିସ୍ତୁକ ପିଟି ଜଙ୍ଗଲକୁ ଉଠାଇ ନେଲେ, ୧୦ଲକ୍ଷ ଦେବାକୁ ରାଜି ହେବାରୁ ଛାଡ଼ିଲେ

Advertisment

ଜଣେ ଯୁବକଙ୍କୁ ରାତିରେ ଅଟକାଇ ପିଟିଲେ। ପରେ ଜଙ୍ଗଲକୁ ଟେକି ନେଇ ମାରିଦେବାକୁ ଧମକ ଦେଲେ। ଯୁବକ ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହେବା ପରେ ତାଙ୍କୁ ଛାଡ଼ିଦେଲେ। ଅନୁଗୁଳ ସହର ଉପକଣ୍ଠ ଶରଧାପୁର....

ଜଣେ ଯୁବକଙ୍କୁ ରାତିରେ ଅଟକାଇ ପିଟିଲେ। ପରେ ଜଙ୍ଗଲକୁ ଟେକି ନେଇ ମାରିଦେବାକୁ ଧମକ ଦେଲେ। ଯୁବକ ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହେବା ପରେ ତାଙ୍କୁ ଛାଡ଼ିଦେଲେ। ଅନୁଗୁଳ ସହର ଉପକଣ୍ଠ ଶରଧାପୁର....

attack

ଅନୁଗୁଳ: ଜଣେ ଯୁବକଙ୍କୁ ରାତିରେ ଅଟକାଇ ପିଟିଲେ। ପରେ ଜଙ୍ଗଲକୁ ଟେକି ନେଇ ମାରିଦେବାକୁ ଧମକ ଦେଲେ। ଯୁବକ ଜଣଙ୍କ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହେବା ପରେ ତାଙ୍କୁ ଛାଡ଼ିଦେଲେ। ଅନୁଗୁଳ ସହର ଉପକଣ୍ଠ ଶରଧାପୁର ଗାଁରେ ଗତକାଲି ରାତିରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ଅନୁଗୁଳ ସଦର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବଡ଼ କଥ‌ା ହେଲା, ଏହି ମାମଲାରେ ଜଣେ ଯୁବ ବିଜେପି ନେତାଙ୍କ ନାମ‌ରେ ଏତଲା ହୋଇଛି।

ଅଭିଯୋଗ ଅନୁସାରେ, ଶାବଳଭଙ୍ଗା ଗାଁର ବିଜୟ ବେହେରା ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଅନୁଗୁଳରୁ ନିଜ ଗାଁକୁ ଫେରୁଥିଲା ବେଳେ ଶରଧାପୁର ମେଡିକାଲ ଛକ ପାଖରେ ଶରଧାପୁର ଗାଁର ସୁଦୀପ୍ତ ସ୍ବାଇଁ, ଚରଣ ପରିଡ଼ା, ପାତେଳି ଗାଁର ବଳିଆ ମାଝୀ ତାଙ୍କୁ ଅଟକାଇଥିଲେ। ବାଗେଡ଼ିଆର ବଂଶୀଧର ଦେହୁରୀଙ୍କ ନାମରେ କାହିଁକି କେସ୍‌ କରିଛୁ‌ ବୋଲି ପଚାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ପରେ ହଠାତ୍‌ ପ୍ଲାଷ୍ଟିକ ପାଇପ୍‌ରେ ୩ ଜଣ ମିଶି ତାଙ୍କୁ ନିସ୍ତୁକ ପିଟିଥିଲେ। କେସ୍‌ ଉଠାଇନେବା ସହ ୧୦ ଲକ୍ଷ ଟଙ୍କା ଦେବାକୁ ଆକ୍ରମଣକାରୀ ଦାବି କରିଥିଲେ। କିନ୍ତୁ ବିଜୟ ରାଜି ନ ହେବାରୁ ତାଙ୍କୁ ନୂଆଗାଁ ପଟାଶବଣି ପାଖକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ବିଭିନ୍ନ ଧମକ ଦିଆଯାଇଥିଲା। ଟଙ୍କା ଦେବାକୁ ତାଙ୍କ ଉପରେ ଚାପ ପକା ଯାଇଥିଲା। ପରେ ସେ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ଶାବଳଭଙ୍ଗା ଗାଁ ସଭାପତି ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟଙ୍କ ଭିତରେ ସମାଧାନ କରାଯାଇ ବିଜୟଙ୍କୁ ଛାଡ଼ି ଦିଆଯାଇଥିଲା। ହେଲେ ବିଜୟ ଆଜି ଏଥିନେଇ ଅନୁଗୁଳ ସଦର ଥାନାରେ ଏତଲା ‌ଦେଇଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିବା ସହ ବିଜୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe