ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷିତ

Advertisment
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ଆଜି ବ୍ରଜରାଜନଗର ଫାଇଟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି।

ନବୀନଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ନିରଂଜନ ପୂଜାରୀ, ପ୍ରତାପ ଜେନା, ଡକ୍ଟର ଅରୁଣ କୁମାର ସାହୁ, ସୁବାସ ସିଂହ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ନବକିଶୋର ଦାସ, ଟୁକୁନି ସାହୁ, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ, ଡକ୍ଟର ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲ୍ଲା ଖାନ୍, ରୋହିତ ପୂଜାରୀ ପ୍ରୀତିରଞ୍ଜନ ଘଡାଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ନଳିନୀକାନ୍ତ ପ୍ରଧାନ, ପ୍ରଶାନ୍ତ ବେହେରା, ସରୋଜ ମେହେର, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ପ୍ରଦୀପ କୁମାର ଦିସାରୀ, ଆକାଶ ଦାସ ନାୟକ, ଯୋଗେଶ ସିଂ, ଅରିନ୍ଦମ ରାୟ, ସୌଭାଗ୍ୟ ନାୟକ ଓ ବୈକୁଣ୍ଠ ନାୟକପ୍ରମୁଖଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।
ଷ୍ଟାର ପ୍ରଚାରକ ତାଲିକାରେ କେତେଜଣ ମନ୍ତ୍ରୀ ରହିଥିବା ବେଳେ କୌଣସି ସିନେ ଅଭିନେତା ଅରିନ୍ଦମ ଓ ଆକାଶଙ୍କୁ ସ୍ଥାନ ମିଳିଛି। ଉଭୟ ଯୁବ ଓ ଅନୁଭବୀ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଦଳ ଓହ୍ଲାଇବ ଏହାର ସଂକେତ ଦେଇଛି ଷ୍ଟାର ପ୍ରଚାରକ ତାଲିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe