ଚିକିଟିରେ ମହାବଳର ପାଦଚିହ୍ନ ଠାବ, ଲୋକଙ୍କୁ ସତର୍କ କଲା ବନବିଭାଗ

Advertisment

ଗଞ୍ଜାମ ଚିକିଟି ବ୍ଲକ୍‌ର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମହାବଳ ଘୂରି ବୁଲୁଛି। କିନ୍ତୁ ବନ ବିଭାଗ ବର୍ତ୍ତମାନ ସୁଦ୍ଧା ବାଘର ପ୍ରକୃତ ଅବସ୍ଥିତିକୁ ଠାବ କରିପାରି ନାହିଁ। ଚିକିଟି ବ୍ଲକ୍‌ର ରାମପୁର ମା’ ବାଳକୁମାରୀଙ୍କ ପୀଠ ସଂଲଗ୍ନ ପାହାଡ଼ ନିକଟରୁ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।

ଗଞ୍ଜାମ ଚିକିଟି ବ୍ଲକ୍‌ର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମହାବଳ ଘୂରି ବୁଲୁଛି। କିନ୍ତୁ ବନ ବିଭାଗ ବର୍ତ୍ତମାନ ସୁଦ୍ଧା ବାଘର ପ୍ରକୃତ ଅବସ୍ଥିତିକୁ ଠାବ କରିପାରି ନାହିଁ। ଚିକିଟି ବ୍ଲକ୍‌ର ରାମପୁର ମା’ ବାଳକୁମାରୀଙ୍କ ପୀଠ ସଂଲଗ୍ନ ପାହାଡ଼ ନିକଟରୁ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।

jgljljljl

ବ୍ରହ୍ମପୁର/ଚିକିଟି: ଗଞ୍ଜାମ ଚିକିଟି ବ୍ଲକ୍‌ର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ମହାବଳ ଘୂରି ବୁଲୁଛି। କିନ୍ତୁ ବନ ବିଭାଗ ବର୍ତ୍ତମାନ ସୁଦ୍ଧା ବାଘର ପ୍ରକୃତ ଅବସ୍ଥିତିକୁ ଠାବ କରିପାରି ନାହିଁ। ଚିକିଟି ବ୍ଲକ୍‌ର ରାମପୁର ମା’ ବାଳକୁମାରୀଙ୍କ ପୀଠ ସଂଲଗ୍ନ ପାହାଡ଼ ନିକଟରୁ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ବାଘର ବୋଲି ଜାଣିବାକୁ ପାଇଛନ୍ତି। ତେବେ ବାଘ ଚିକିଟି ଅଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳ‌ରେ ରହିଥିବା ଅନୁମାନ କରାଯାଉଛି।

ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡରୁ ଆସିବା ପରେ ମହାବଳ ବାଘ ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତରେ ବୁଲାବୁଲି କରୁଥିବା ଜଣାପଡ଼ିଥିଲା। ଏହାପରେ ଗତ ପ୍ରାୟ ୧୦ଦିନ ହେଲା ବାଘ ତା’ର ଠିକଣା ପରିବର୍ତ୍ତନ କରି ଚାଲିଥିବା କୁହାଯାଉଛି। ବାଘ ଗୋଟିଏ ଦିନରେ ପ୍ରାୟ ୨୦/୨୫କିମି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିଥାଏ। ପ୍ରଥମେ ୫ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ନିକଟରେ ଜାତୀୟ ରାଜପଥ ପାର ହେବା ସମୟରେ ବାଘର ପାଦଚିହ୍ନ ମିଳିଥିଲା। ଏହା ପରେ ଗତ ୩ଦିନ ତଳେ ଚିକିଟି ବ୍ଲକ୍‌ର ପନାଡ଼ ଗାଁରେ ବାଘ ଛେଳି ଖାଇଥିବା ଲୋକେ ଅଭିଯୋଗ କରିଥିଲେ। ଏବେ ବାଳକୁମାରୀଙ୍କ ପାହାଡ଼ ନିକଟରୁ ବାଘର ପାଦଚିହ୍ନ ମିଳିଛି। ଯାହାକୁ ନେଇ ଚିକିଟି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘକୁ ଠାବ କରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଏହା ସହିତ ଲୋକଙ୍କୁ ସଚେତନ କରାଯାଉଛି। ସେପଟେ ବାଘକୁ ନେଇ ସୋସିଆଲ୍‌ ମିଡିଆରେ ନାନା ଫଟୋ ଏବଂ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ଯୁବକଙ୍କୁ ବାଘ ଆକ୍ରମଣ କରିଥିବା ନେଇ ଫଟୋ ଭାଇରାଲ୍‌ ହୋଇଥିଲା। ଏପରିକି ଚାଷ ଜମିରେ ବାଘ ବୁଲୁଥିବା ନେଇ ଅନ୍ୟ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହା ମିଥ୍ୟା ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସନି ଖୋଖର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏଭଳି ଭିଡିଓ ଏବଂ ଫଟୋ ଭାଇରାଲ୍‌ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe