ବିଦ୍ୟୁତ୍‌ ଫାଶ ବସାଉଥିବାବେଳେ ମାଡ଼ି ବସିଲା ବନ ବିଭାଗ

Advertisment
ବିଦ୍ୟୁତ୍‌ ଫାଶ ବସାଉଥିବାବେଳେ ମାଡ଼ି ବସିଲା ବନ ବିଭାଗ

ତେଲକୋଇ : ଆଜି ସନ୍ଧ୍ୟାରେ ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ୍ ଫାଶ ବସାଉଥିବା ବେଳେ ବନବିଭାଗର କର୍ମଚାରୀମାନେ ସଂପୃକ୍ତ ଶିକାରୀକୁ ମାଡ଼ି ବସିଛନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବନ ବିଭାଗ କର୍ମଚାରୀମାନେ ଆଜି ଚଢ଼ଉ କରିଥିଲେ। ଏଥିରେ ସଂପୃକ୍ତ ଜଣେ ଯୁବକକୁ ଗିରଫ କରାଯାଇଛି। ଗରିଫ ଯୁବକ ଜଣକ ହେଲେ ଦେଉଳଡିହା

ଗ୍ରାମର ଶରତ ମହାକୁଡଙ୍କ ପୁଅ ବାଇଧର ମହାକୁଡ଼(୨୦)। ଘଣ୍ଟେଶ୍ବରୀ ଜଙ୍ଗଲ ନିକଟ ଘଣ୍ଟରାସାହି ଆମ୍ବ ବଗିଚାରେ ୧ କିମି ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ବିଛାଇ ଶିକାର ଉଦ୍ଦେଶ୍ୟରେ ରହିଥିବା ବେଳେ ତାକୁ କାବୁ କରାଯାଇଛି। ତା ନିକଟରୁ ତାର, ଜିଆଇ ତାର, ବୋତଲ ଓ କାଠଖୁଣ୍ଟି ଜବତ କରାଯାଇଛି। ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ରେଞ୍ଜର ଶିବାଜୀମୋହନ ରାଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe