ଜଳୁଛି ଜଙ୍ଗଲ, ଜୀବଜନ୍ତୁ ଗାଁ ମୁହାଁ

Advertisment
ଜଳୁଛି ଜଙ୍ଗଲ, ଜୀବଜନ୍ତୁ ଗାଁ ମୁହାଁ

ନୀଳଗିରି: ନୀଳଗିରି କୁଲଡ଼ିହା ସହ ଆଖପାଖ ପାହାଡ଼ର ଜଙ୍ଗଲରେ ନିଆଁ ଲାଗିଛି। ଯାହାଫଳରେ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଉଛି। ଏପରି ସମୟରେ ଜଙ୍ଗଲୀ ଜୀବଜନ୍ତୁ ତଥା ସରୀସୃପ ଗାଁ ମୁହାଁ ହେଉଛନ୍ତି। ଆଜି ଏକ ହାତୀ ଜଙ୍ଗଲ ଭିତରୁ ବାହାରି ପଞ୍ଚଲିଙ୍ଗେଶ୍ୱର ବିଟ୍‌ ନିକଟରେ ବୁଲାବୁଲି କରିଥିଲା।

ହାତୀକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ। ଅନ୍ୟପଟେ ଏତେସବୁ ଘଟଣା ଘଟୁଥିଲେ ବି ବନ ବିଭାଗ ହାତ ଟେକି ବସିପଡ଼ିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe