ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବିଭିନ୍ନ ବନାଞ୍ଚଳର ଜଙ୍ଗଲ ଏବେ ନିଆଁ କବଳରେ। ବନ ବିଭାଗ କର୍ମଚାରୀ ନିଆଁ ଲିଭାଇବାକୁ ଶତଚେଷ୍ଟା କରୁଥିଲେ ହେଁ, କୌଣସି ସୁଫଳ ମିଳୁନି। ନିଆଁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରୁନି। ଫଳରେ, ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ବହୁ ଔଷଧୀୟ ଓ ମୂଲ୍ୟବାନ୍ ଗଛ ପୋଡ଼ି କ୍ଷତିଗ୍ରସ୍ତ ହୋଇଛି। ସେହିଭଳି, ସୁବୁଦ୍ଧିପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ହୁତ୍ ହୁତ୍ ହୋଇ ଜଳୁଥିବାରୁ ମୟୂର ମୁଖ୍ୟରାସ୍ତା ଉପରକୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ଏହି ଜଙ୍ଗଲ ମୟୂରଙ୍କ ପାଇଁ ଅବାଧ ବିଚରଣସ୍ଥଳ ଭାବେ ପରିଚିତ। କିନ୍ତୁ ବର୍ତ୍ତମାନ ଜଙ୍ଗଲ ଜଳୁଥିବାରୁ ମୟୂର ପଲ ପଲ ହୋଇ ମୁଖ୍ୟରାସ୍ତା ଉପରକୁ ପଳାଇ ଆସି ବୁଲୁଛନ୍ତି। ସେହିପରି ବୁଦ୍ଧଖୋଲ, କିରିଆମ୍ବା, କରଚୁଲି, ଟାକରଡ଼ା ଓ ବି.କରଡ଼ାବାଡ଼ି ଗ୍ରାମ ନିକଟ ପାହାଡ଼ ଏବଂ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଛି। ଯାହାକି, ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି।
Follow Us