Advertisment

ଜଙ୍ଗଲ ଜମି ପଟ୍ଟା ଦାବିରେ ବନାଞ୍ଚଳ ଅଫିସ୍‌ ଘେରାଉ

Advertisment
ଜଙ୍ଗଲ ଜମି ପଟ୍ଟା ଦାବିରେ ବନାଞ୍ଚଳ ଅଫିସ୍‌ ଘେରାଉ

ଗୋଲାମୁଣ୍ଡା: ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକର ଅନୁସୂଚିତ ଜାତି ଓ ପଛୁଆବର୍ଗର ଲୋକେ କେଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦୀର୍ଘ ଦିନ ହେଲା ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକର ପ୍ରାୟ ୨୪୭ ଜଣ ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ବହୁ ଦାବି ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏନେଇ ଦୃଷ୍ଟି ଦେବାକୁ କେଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବନାଞ୍ଚଳ ଅଧିକାରୀଙ୍କ ଅନୁପସ୍ଥିତିରେ ବନପାଳ ମଧୁକର ପଟେଲ ଦାବିପତ୍ର ଗ୍ରହଣ କରିଥିଲେ। ୭ ଦିନ ମଧ୍ୟରେ ପଟ୍ଟା ପ୍ରଦାନ ନକଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ସମାବେଶରେ ନକଟିକାନି ପୂର୍ବତନ ସରପଞ୍ଚ ଜତିନ୍ଦ୍ର ସେନାପତି, ଡିଙ୍ଗର ସାଗର, ସୁନ୍ଦର ସାଗର, ରାହାସ ତାଣ୍ଡି, ଏଲିସା ବାଗ, ମନୋହର ତାଣ୍ଡି, କମଲ ପାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe