Advertisment

୧୫ ପରେ ମିଳିବ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ମାର୍ଚ୍ଚ ୩୦ରେ ଆବେଦନ କଲେ ଏକସାଙ୍ଗରେ ଦୁଇଟି ‘ସୁଭଦ୍ରା’ କିସ୍ତି

Advertisment

ଚଳିତମାସ ୧୫ ତାରିଖ ପରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ। ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶେଷ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

ଚଳିତମାସ ୧୫ ତାରିଖ ପରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ। ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶେଷ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା।

subhadra

ଭୁବନେଶ୍ବର: ଚଳିତମାସ ୧୫ ତାରିଖ ପରେ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ମିଳିବ। ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶେଷ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ଏହି ସମୟ ଅବଧିକୁ ଜାନୁଆରି ୧୫ ତାରିଖ ଯାଏ ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଶ୍ରୀ ପରିଡ଼ା କହିଛନ୍ତି ଯେ ଏବେ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲୁଛନ୍ତି। ବ୍ୟାଙ୍କଗୁଡ଼ିକ ସହ ବୈଠକ ସରିଲାଣି। ଯେଉଁମାନଙ୍କର ୫ ଏକର ଜମି ଅଛି କି ନାହିଁକୁ ନେଇ ଯେଉଁ ଦ୍ବନ୍ଦ୍ବ ଉପୁଜିଥିଲା ତାହାର ଯାଞ୍ଚ କରାଯାଉଛି। ତେଣୁ ଚତୁର୍ଥ ପର୍ଯ୍ୟାୟ କିସ୍ତି କେବେ ଦିଆଯିବ ତାହା ସଂପର୍କରେ ଘୋଷଣା କରାଯିବ। ସେହିପରି ରାଜ୍ୟ ସରକାର ପ୍ରଥମ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବାର ଶେଷ ତାରିଖ ମାର୍ଚ୍ଚ ୭ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି। ଏବେ ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରକେ ଦୁଇଟି କିସ୍ତି ମିଳିବ। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ପଞ୍ଜୀକରଣ ଚାଲିବ ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ଗତବର୍ଷ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା। ସୁଭଦ୍ରା ପାଇଁ ୧.୫ କୋଟି ମହିଳା ଆବେଦନ କରିଥିଲେ। ତହିଁରୁ ୮୦ଲକ୍ଷରୁ ଅଧିକ ମହିଳା ଟଙ୍କା ପାଇସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe