ପୁଅ ସହ ଗଢ଼ିଥିଲା ଗ୍ୟାଙ୍ଗ୍‌, ବାପା ଗିରଫ: ୨୪ ଦାମିକା ମୋବାଇଲ୍, ଦେଶୀ ବନ୍ଧୁକ ଜବତ

Advertisment
ପୁଅ ସହ ଗଢ଼ିଥିଲା ଗ୍ୟାଙ୍ଗ୍‌, ବାପା ଗିରଫ: ୨୪ ଦାମିକା ମୋବାଇଲ୍, ଦେଶୀ ବନ୍ଧୁକ ଜବତ

ଭଞ୍ଜନଗର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦାମିକା ମୋବାଇଲ୍ ଫୋନ୍ ଚୋରି ପରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣେ ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛି, ଭଞ୍ଜନଗର ଥାନା ଜାମପଲ୍ଲୀ ଗ୍ରାମ କନ୍ଧସାହିର ଏମ୍‌.ମାରିଆ। ତା’ ଠାରୁ ୨୪ଟି ମୋବାଇଲ୍, ଗୋଟିଏ ଦେଶୀବନ୍ଧୁକ ଓ ବ୍ୟାଗ୍ ଜବତ ହୋଇଥିବା ଥାନାଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି। ମାରିଆ ଓ ତାର ପୁଅ ମୋବାଇଲ୍ ଚୋରି ଗ୍ୟାଙ୍ଗ୍‌କୁ ସକ୍ରିୟ କରିଥିଲେ। ଏହି ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସହରରେ ମୋବାଇଲ୍ ଚୋରି କରି ଘରେ ରଖୁଥିଲେ। ଏହାପରେ ବିଶାଖାପାଟଣା ଓ ହାଇଦ୍ରାବାଦ ସମେତ ଅନ୍ୟ ରାଜ୍ୟର ସହର ଗୁଡ଼ିକୁ ନେଇ ବିକ୍ରି କରୁଥିଲେ।

ତେବେ ମାରିଆର ଘରେ ବହୁମାତ୍ରାରେ ଦାମିକା ମୋବାଇଲ୍ ଗଚ୍ଛିତ ଥିବା ଜଣାପଡ଼ିବା ପରେ ପୁଲିସ ଚଢ଼ଉ କରି ତାକୁ କାବୁ କରିଥିଲା। ଏସ୍‌ଆଇ କେଶବ ଷଡ଼ଙ୍ଗୀଙ୍କ ଏତଲା କ୍ରମେ କେସ୍ ନମ୍ବର ୯୫୭ରେ ମାମଲା ରୁଜୁ ସହ ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ସହ ଅନ୍ୟମାନଙ୍କୁ କାବୁ କରିବାକୁ ଛାନଭିନ୍ ଆରମ୍ଭ ହୋଇଛି। ଜବତ ମୋବାଇଲ୍‌ଗୁଡ଼ିକର ମାଲିକମାନଙ୍କ ପରିଚୟ ମିଳିପାରିନି। ତେବେ ମାଲିକମାନେ ଭଞ୍ଜନଗର ଥାନା ସହ ଯୋଗାଯୋଗ କରି ଉପଯୁକ୍ତ ପ୍ରମାଣ ଦାଖଲ କରି ମୋବାଇଲ୍ ନେଇପାରିବେ ବୋଲି ଥାନାଧିକାରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe