Times of India
ହାଟଡିହି: ମା’କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନା ନେଇ ଯାଇଥିବା ଜଣେ ଯୁବତୀ ସେଠାରୁ ନିଖୋଜ ହୋଇଯାଇଛନ୍ତି। ଏନେଇ ଯୁବତୀଙ୍କ ବାପା କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ହାଟଡିହି ବ୍ଲକ୍ ସରମଙ୍ଗା ଗ୍ରାମର ବାବନ ଚରଣ ସେଠୀଙ୍କ ପତ୍ନୀ ରଙ୍ଗଲତା ସେଠୀଙ୍କ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ୨୫ ତାରିଖରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।
ତାଙ୍କ ସହ ସ୍ୱାମୀ ବାବନ ଓ ଝିଅ ସାବିତ୍ରୀ (୨୫) କଟକ ଯାଇଥିଲେ। ଝିଅ ସାବିତ୍ରୀ ମାନସିକ ନ୍ୟୂନ ହୋଇଥିବାରୁ ସେ ମା’ଙ୍କ ପାଖରେ ରହୁଥିଲେ। ବାପା ବାବନ ବାହାରକୁ ଯାଇ ଔଷଧପତ୍ର ଆଣୁଥିଲେ। ୨୬ ତାରିଖରେ ବାବନ ଡିଏମ୍ଏଫ୍ ସଞ୍ଜୀବନୀ ଅର୍ଥ ଆଣିବାପାଇଁ ଆସି ଫେରିବାବେଳକୁ ସ୍ତ୍ରୀ ପାଖରେ ଝିଅକୁ ପାଇ ନଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ନ ପାଇବାରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି।
Follow Us