ପ୍ରାର୍ଥନା ସମୟରେ ବେହୋସ ହେଲେ ଛାତ୍ରୀ

Advertisment
ପ୍ରାର୍ଥନା ସମୟରେ ବେହୋସ ହେଲେ ଛାତ୍ରୀ

Facebook

ଦଶରଥପୁର : ଦଶରଥପୁର ବ୍ଲକ୍‌ ତରପଦା ପଞ୍ଚାୟତ ଖୋସାଲପୁର ଅରବିନ୍ଦ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ବେହୋସ ହୋଇଯାଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ହେଲେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡାକ୍ତରଖାନାରେ ଉପସ୍ଥିତ ନରହିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୁରୁବାର ପୂର୍ବାହ୍ଣ ୧୦ଟା ସମୟରେ ଅରବିନ୍ଦ ଉନ୍ନିତ ଉଚ୍ଚବିଦ୍ୟାଳୟର ପ୍ରାର୍ଥନା କାର୍ଯ୍ୟକ୍ରମରେ ନବମ ଶ୍ରେଣୀ ଛାତ୍ରୀ ପ୍ରତିମା ରାଉତ ହଠାତ୍ ବେହୋସ ହୋଇ ପଡ଼ିଯାଇଥିଲେ। କିଛି ଶିକ୍ଷକ ତାଙ୍କୁ ଆମ୍ବୁଲାନ୍ସରେ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ପ୍ରତିମା ସୁସ୍ଥ ହୋଇଥିଲେ। ‌ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ କୌଣସି ଶିକ୍ଷକ ଡାକ୍ତରଖାନାକୁ ନଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟାଳୟରେ କିଛି କାର୍ଯ୍ୟ ଥିବାରୁ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇପାରିନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe